ଆମ୍ବେଦକର ସାମାଜିକ ନ୍ୟାୟର ବାର୍ତ୍ତାବହ
ତିହିଡି : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବୋଡ଼କ ଠାରେ ନେହେରୁ ଯୁବ କେନ୍ଦ୍ର ସଂଗଠନ ସହଯୋଗରେ ଅଗ୍ରଣୀ ସାମାଜିକ ସଂଗଠନ ଶୁଭମ ପକ୍ଷରୁ ଡ. ବି. ଆର. ଆମ୍ବେଦକରଙ୍କ ୧୩୪ତମ ଜନ୍ମ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଧାନଶିକ୍ଷକ ବୈକୁଣ୍ଠ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ତ୍ୟାଗ ଭୂମି ସାଂସ୍କୃତିକ ସମ୍ମେଳନର ସଭାପତି ଅଜୟ ନାୟକ, ମୁଖ୍ୟବକ୍ତା ଭାବେ ଆଇନଜୀବୀ ଗିରିଧାରୀ ନାଥ, ସମ୍ମାନିତଅତିଥି ଭାବେ ପୂର୍ବତନ ସରପଂଚ ଗୋଲକ ଚନ୍ଦ୍ର ସାମଲ, ଶିକ୍ଷାବିତ ସୁବାସ ଚନ୍ଦ୍ର ଦାସ, ସମାଜସେବୀ ମହେନ୍ଦ୍ର ମଲ୍ଲିକ, ସମ୍ନାନିତ ବକ୍ତା ଭାବେ ଜିଲ୍ଲା ଦଳିତ ମହାସଂଘ ସଭାପତି ରାଜେନ୍ଦ୍ର ଜେନା, ସମିତି ସଭ୍ୟ ଜୟପ୍ରକାଶ ମଲ୍ଲିକ, ସରପଞ୍ଚଙ୍କ ପ୍ରତିନିଧି ବିଷ୍ଣୁ ମୋହନ ଜେନା, ଅଧ୍ୟାପକ ଉମାକାନ୍ତ ମହାଳିକ, ଲଲାଟେନ୍ଦୁ ମଲ୍ଲିକ, ଆଇନଜୀବୀ କଳ୍ପତରୁ ପରିଡା ପ୍ରମୁଖ ଯୋଗ ଦେଇ ଆମ୍ବେଦକର ଥିଲେ ସାମାଜିକ ନ୍ୟାୟ ଆନେ୍ଦାଳନରେ ପ୍ରମୁଖ ସୂତ୍ରଧର ବୋଲି କହିଥିଲେ । ଏହି ଅବସରରେ ଆମ୍ବେଦକରଙ୍କ ଉପରେ ଅନୁଷ୍ଠିତ ବିଦ୍ୟାଳୟସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଗୋଲକ ପ୍ରସାଦ ପରିଡା ଓ ମାଳତୀଲତା ପରିଡା ସ୍ମାରକୀ ପୁରସ୍କାର ପ୍ରଦାନ କରାଯିବା ସହିତ ସମାଜସେବା ଓ ବୃକ୍ଷ ରୋପଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା କୁମାର ଗଙ୍ଗାଧରଙ୍କୁ ସଂଗଠନ ପକ୍ଷରୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଗଠନ ସମ୍ପାଦକ ନରେନ୍ଦ୍ର ସାମଲ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ, କାର୍ଯ୍ୟକ୍ରମ ସଂଯୋଜକ ଆନନ୍ଦ ଚନ୍ଦ୍ର ପଳାଇ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶେଷରେ ସଂଗଠନର ଉପସଭାପତି ଆନନ୍ଦ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଜୟନ୍ତୀ ସମାରୋହରେ ବୋଡକ ପଂଚାୟତର ବିଭିନ୍ନ ଅଂଚଳରୁ କୃଷକ ଦଳିତ ଓ ସଚେତନ ନାଗରିକ ମାନେ ଯୋଗ ଦେଇ ବାବା ସାହେବଙ୍କ ଫଟୋ ଚିତ୍ରା ପୁଷ୍ପ ମାଲ୍ୟ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ବିଭିନ୍ନ କାର୍ଯ୍ୟକ୍ରମକୁ ସଂଗଠନର ସଦସ୍ୟ ଦେବେନ୍ଦ୍ର ଭଞ୍ଜ, ସନାତନ ଜେନା, ବୀରେନ୍ଦ୍ର ଭଞ୍ଜ, ଚକ୍ରଧର ଜେନା, ବାବାଜୀ ଚରଣ ଭଞ୍ଜ, ରାଜା ପାଣିଗ୍ରାହୀ ପ୍ରମୁଖ ପରିଚାଳନା କରିଥିଲେ ।