ଆମ କଳିକା କେନ୍ଦ୍ର ଉଦଘାଟିତ

କେନ୍ଦୁଝର : ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ଏକେ ଆମ କଳିକା କେନ୍ଦ୍ର (କ୍ରେଚ) ଲୋକସଭା ସାଂସଦ  ଅନନ୍ତ ନାୟକଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଉକ୍ତ ଉଦଘାଟନୀ ସମାରୋହରେ ଜିଲ୍ଲାପାଳ ବିଶାଲ ସିଂ, ଅରକ୍ଷୀ ଅଧିକାରୀ, ନୀତିନ କୁଶଲକର, ଜିଲ୍ଲା ବନଖଣ୍ଡ ଅଧିକାରୀ, ଧନରାଜ ଏଚଡି, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ  ମିତା ନାଏକ ଓ ମହିଳା ଶିଶୁ ବିକାଶ ବିଭାଗର ଅଧିକାରୀ ଗଣ ଉପସ୍ଥିତ ରହିଥିଲେ । 
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ଥିବା ସମସ୍ତ ବିଭାଗରେ କାର୍ଯ୍ୟରତ ମହିଳା କର୍ମଚାରୀମାନେ ସେମାନଙ୍କ ଶିଶୁ ମାନଙ୍କର ଉପଯୁକ୍ତ ଯନô ଓ ଲାଳନ ପାଳନ ଦିଗରେ ଏହି କ୍ରେଚ ସହାୟକ ହେବ ବୋଲି ଅତିଥି ମାନେ ଆଶାବ୍ୟକ୍ତ କରିଥିଲେ । ମହିଳା କର୍ମଚାରୀ ମାନେ ନିର୍ଦ୍ୱନ୍ଦରେ ସେମାନଙ୍କର ଶିଶୁ ମାନଙ୍କୁ ଉପଯୁକ୍ତ ଯନô ଓ ସେବା ନିମନ୍ତେ ଛାଡିପାରିବେ ଓ ଉଭୟ ମା ଓ କର୍ମଚାରୀର ଦାୟିତ୍ୱ ସୁଚାରୁରୂପେ ନିର୍ବାହନ କରିପାରିବେ । ଉକ୍ତ କ୍ରେଚରେ ୧୦ ରୁ ଅଧିକ ଶିଶୁ ଲାଭବାନ ହେବ ସହିତ ସେମାନଙ୍କର ଉପଯୁକ୍ତ ସେବା ଓ ଯନô ନିଆଯିବାର ସମ୍ପୂର୍ଣ ବ୍ୟବସ୍ଥା କରାଯାଇଛି । ଉକ୍ତ କଳିକା କେନ୍ଦ୍ରରେ ୬ ମାସରୁ ୬ ବର୍ଷର ଶିଶୁମାନେ ନିର୍ଦ୍ୱନ୍ଦରେ ରହିବା ସହିତ ସେମାନଙ୍କର ଶାରୀରିକ, ମାନସିକ, ବୌଦ୍ଧିକ ବିକାଶକୁ ସୁନିଶ୍ଚିତ କରିବା ନିମନ୍ତେ ସ୍ୱତନ୍ତ୍ର ତାଲିମ ପ୍ରାପ୍ତ ଦିଦି ମାନଙ୍କୁ ନିୟୋଜିତ କରାଯାଇଛି । ଉକ୍ତ କେନ୍ଦ୍ରରେ ପିଲାମାନଙ୍କ ମନୋରଞ୍ଜନ ନିମନ୍ତେ ଉନ୍ନତ ମାନର ଖେଳଣା ଉପଳବ୍ଧ କରାଯାଇଛି । ଉକ୍ତ କେନ୍ଦ୍ର ସମସ୍ତ କାର୍ଯ୍ୟ ଦିବସରେ ସକାଳ ୦୯:୩୦ ମିନିଟ ରୁ ସଂଧ୍ୟା ୦୭ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ଥିବା ସମସ୍ତ ବିଭାଗର ମହିଳା ମାନେ ଉକ୍ତ ସୁବିଧାକୁ ନେଇ ପାରିବେ । ଏହା ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଅଧୀନରେ ପରିଚାଳିତ ହେବ । ଇଛୁକ କର୍ମଚାରୀ ମାନେ ଜିଲ୍ଲା ସମାଜ କଲ୍ୟାଣ ବିଭାଗରୁ ସମ୍ପୂର୍ଣ ଓ ଅଧିକ ତଥ୍ୟ ପାଇଁ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।