ବାଲିଟ୍ରାକ୍ଟର ଜବତ ମାମଲା ରୁଜୁ
ଭଣ୍ଡାରିପୋଖରୀ : ଏହି ଥାନା ଅନ୍ତର୍ଗତ ଷୋଳମପୁର ପଞ୍ଚାୟତର ଦାଣ୍ଡକୂଳ ଗ୍ରାମ ବୈତରଣୀ ନଦୀରୁ ବେଆଇନ ବାଲି ଉତ୍ତୋଳନ ସହ ପରିବହନ କରୁଥିବା ଏକ ନମ୍ବରବିହୀ ଟ୍ରାକ୍ଟର ଭଣ୍ଡାରିପୋଖରୀ ପୁଲିସ ଗତ ମଙ୍ଗଳବାର ରାତ୍ରରେ ଜବତ କରି ମାମଲା ରୁଜୁ କରିଥିବା ଜଣାଯାଇଛି । ସଂପୃକ୍ତ ଅଞ୍ଚଳରେ ପୁଲିସ ପାଟ୍ରୋଲିଂ ଦଳ ଦାଣ୍ଡକୂଳ ରାସ୍ତାରେ ବେଆଇନ ବାଲି ବୋଝଇ କରି ଟ୍ରାକ୍ଟରଟି ପରିବହନ କରୁଥିବା ଦେଖିଥିଲେ । ଏ ସମ୍ପର୍କରେ କୌଣସି ବୈଧ କାଗଜପତ୍ର ନଥିବାରୁ ନମ୍ବରବିହୀନ ଟ୍ରାକ୍ଟର ଜବତ କରିବା ସହ ଚାଳକ ବିରୋଳି ଗ୍ରାମର ପ୍ରଦୀପ ଜେନା(୨୬)କୁ ଗିରଫ କରିଥିଲେ । ସବଇନିସପେକ୍ଟର ଇଭାରାଣୀ ପରିଡାଙ୍କ ଏତାଲା କ୍ରମେ ଥାନାରେ ୧୯୯/୨୫ନଂ ମାମଲା ରୁଜୁ କରାଯାଇଥିବା ଜଣାଯାଇଛି ।