ଆରଡ଼ି ପୀଠର ଉନ୍ନତିକରଣ ପାଇଁ ୧୦ କୋଟି

ଆରଡ଼ି ପୀଠର ଉନ୍ନତିକରଣ ପାଇଁ ୧୦ କୋଟି


ଆରଡ଼ି ପୀଠର ଉନ୍ନତୀକରଣ ଲାଗି୧୦ କୋଟି ଘୋଷଣା କଲେ ରାଜ୍ୟ ସରକାର  । ଆଜି ପବିତ୍ର ମହାଶିବରାତ୍ରିରେ ଏନେଇ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା  । ମହାଶିବରାତ୍ରିରେ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା ଭଦ୍ରକ ଆଖଣ୍ଡଳମଣି ପୀଠର ହେବ ଉନ୍ନତିକରଣ ପାଇଁ ୧୦ କୋଟି ଘୋଷଣା । ବାବା ଆରଡ଼ିଙ୍କ ପରିକ୍ରମା ପ୍ରକଳ୍ପ ପାଇଁ ମିଳିଲା ୧୦ କୋଟି ଟଙ୍କାର ଅନୁଦାନ  । ପରିକ୍ରମା ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ ରୂପ ଦେବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରାଜ୍ୟ ସରକାରଙ୍କ ପର୍ଯ୍ୟଟନ  ବିଭାଗ ପକ୍ଷରୁ ୧୦ କୋଟିର ଅନୁଦାନ ଦିଆଯିବା ନେଇ ଘୋଷଣା କରିଥିଲେ । ଏନେଇ ଉଚ୍ଚଶିକ୍ଷା ତଥା ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସୂଚନା ଦେଇଛନ୍ତି । ପବିତ୍ର ଜାଗର ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବାବା ଆଖଣ୍ଡଳମଣିଙ୍କ ପୀଠରେ ପହଞ୍ଚିଛନ୍ତି । ମନ୍ଦିର ପରିସରରେ ଥିବା ଗଣେଶ ମଣ୍ଡପରେ ସଂକଳ୍ପ, ଶ୍ରାବଣୀ ମହାଦେବଙ୍କ ନିକଟରେ ପୂଜାର୍ଚ୍ଚନା ସହ ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିଛନ୍ତି  । ଏହାପରେ ମନ୍ଦିର ପରିକ୍ରମା କରି ମନ୍ଦିରକୁ ଅନୁଦାନ ରାଶି ପ୍ରଦାନ କରିଛନ୍ତି ।