ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ 

 ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ମ.ରାମପୁରସ୍ଥିତ  ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସେବାଜଗତ କାର୍ଯ୍ୟାଳୟ ଠାରେ ଡ. ଅଚୁ୍ୟତ ସାମନ୍ତଙ୍କ ପ୍ରେରଣାରେ "ଆର୍ଟ ଅଫ ଗିଭିଙ୍ଗ’ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  । ଡ.ଅଚୁ୍ୟତ ସାମନ୍ତଙ୍କ ଜୀବନଦର୍ଶନକୁ ଭିତ୍ତି କରି ୨୦୧୩ ମସିହାରୁ ପାଳନ ହୋଇଆସୁଥିବା ଏହି କାର୍ଯ୍ୟକ୍ରମରେ ଏ ଅଞ୍ଚଳର ସମାଜସେବୀ, ବରିଷ୍ଠ ବ୍ୟକ୍ତି, ସଧାରଣ ଜନତା, ଏସ.ଏଚ.ଜି,ମିଶନ ଶକ୍ତିର ମହିଳା, ଅଭିଭାବକ ଓ ଛାତ୍ରଛାତ୍ରୀ ମାନଙ୍କୁ ନେଇ ପାଳିତ ହୋଇଯାଇଛି । ପ୍ରଥମେ ଅତିଥିମାନଙ୍କୁ  କିସର ଶିକ୍ଷକ, ଅଭିଭାବକ ଓ ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ କରାଯାଇ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯକ୍ରମର ଶୁଭାରମ୍ଭ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତହସିଲଦାର ସୁଧାକର ରଇତ,ସମ୍ମାନୀତ ଅତିଥି ଭାବେ ଏବିଓ ଜୟସେନ୍ ନିଆଲ ସେବଜଗତ ସମ୍ପାଦକ ସତ୍ୟନାରାୟଣ ପଟ୍ଟନାୟକ, ସମାଜସେବୀ ଶରତଚନ୍ଦ୍ର ଭୋଇ ସ୍ୱିଦୁଲକାଷ୍ଟ ଫେଡେରେସନ ସଭାପତି ବୃନ୍ଦାବନ ନାଗ, ଆଦିବାସୀ ନେତା ଧନସିଂ ମାଝୀ ପ୍ରମୁଖ ଅତିଥି ଯୋଗ ଦେଇ ଆର୍ଟ ଅଫ ଗିଭିଙ୍ଗ ଏବର୍ଷର ଥିମ ମାନେ ପଡୋଶୀଙ୍କ ପାଇଁ କିଛି ଭଲ କରିବା, ଆମେ ଖୁସିରେ ରହିବା ସହ ଆମ ପଡୋଶୀଙ୍କ ଦୁଃଖ ସୁଖରେ ନିଜକୁ ସାମିଲ କରିବା ବୋଲି ମତବ୍ୟକ୍ତ କରିଥିଲେ । କାର୍ଯକ୍ରମରେ ମ. ରାମପୁର ବ୍ଲକର ନିସ୍ୱାର୍ଥ ସେବା ପ୍ରଦାନ କରିଆସୁଥିବା ବ୍ୟକ୍ତି ବିଶେଷ  ଯଥା ରୋସନାରା ମହାନ୍ତି, ସେବାଜଗତ, ସରୋଜ ସାହୁ,ପ୍ରଶାନ୍ତ ସାହୁଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରିବା ସମେତ  ସମସ୍ତ ଅତିଥି ବୃନ୍ଦଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ କଳାହାଣ୍ଡି କିସ୍ର ଆସିଷ୍ଟାଣ୍ଟ ସିଇଓ ଦୁଷ୍ମନ୍ତ କୁମାର ପାଧାନଙ୍କ ତତ୍ତ୍ୱାବଧାନରେ ଶିକ୍ଷକ କ୍ଷୀରସିନ୍ଧୁ ସାହୁ ସଭା ପରିଚାଳନା କରିଥିବାବେଳେ ମ.ରାମପୁର ବ୍ଲକର କୋର୍ ଗାର୍ଡିଆନ୍ ଦ୍ରୋଣ ମାଝୀ ସ୍ୱାଗତ ଭାଷଣ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୌରଚନ୍ଦ୍ର ମାଝୀ,ନିରାକାର ପାତ୍ର,ପିନ୍ଟୁ ମାଝୀ,ଜିତେନ୍ଦ୍ର ମାଝୀ, ମନୋହର ପାତ୍ର,ନୀଳମାଧବ ସାହୁ,କୌରବ ସାହୁ,ବୃନ୍ଦାବନ ମାଝି,ସାରଦା ମାଝୀ,ସସ୍ମିତା ନାଏକ,ସବିତା ଭୋଇ  ଓ ଅଭିଭାବକ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ କିସର ପୂର୍ବତନ ଛାତ୍ର ସଂଘ ସଭାପତି ନୀଳାମ୍ବର ପାତ୍ର ଧନ୍ୟବାଦ ଅର୍ପଣ  କରିଥିଲେ ।