ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ଶ୍ରାଦ୍ଧା ଦିବସ 

ଦଶପଲ୍ଲା : ଇଲେଭେନ ଷ୍ଟାର କ୍ଲବ ସଭା ଗୃହରେ ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ୫୯ତମ ଶ୍ରାଦ୍ଧ ଦିବସ ପାଳନ ହୋଇଛି । ସମିତି ସଭାପତି ଆଡଭୋକେଟ ଶରତ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଛି । ସଭାରରେ ସମସ୍ତେ ବିପ୍ଳବୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ସଭାରେ ମୁଖ୍ୟବକ୍ତା ଅଧ୍ୟାପକ ଅଲେଖ ସ୍ୱାଇଁ ସଂଗ୍ରାମୀଙ୍କ ଜୀବନୀ ଓ ଆଦର୍ଶ ଉପରେ ବିଶଦ ଭାବରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତଅତିଥି ବରିଷ୍ଠ ନାଗରିକ ମଂଚ ସଭାପତି ପ୍ରାଣକୃଷ୍ଣ ବେହେରା ବକ୍ତବ୍ୟ ଦେଇଥିଲେ । ମୁଖ୍ୟଅତିଥି ନୟାଗଡ଼ ଜିଲ୍ଲା ଗୋବିନ୍ଦ ମିଶ୍ର ସ୍ମୃତି କମିଟି ସଭାପତି ପ୍ରସନ୍ନ ପଣ୍ଡା ଯୋଗଦେଇ ସ୍ୱାଧିନତା ସଂଗ୍ରାମୀ, ସେବକ, ଗାନ୍ଧିବାଦୀ ବିପ୍ଳବୀ ଯିଏକି ଉକ୍ରଳମଣି ଗୋପବନ୍ଧୁ ଦାସଙ୍କୁ ଗାନ୍ଧିଜୀଙ୍କ ନିକଟରେ ପରିଚୟ କରିଥିଲେ । ସେ ଦଶପଲ୍ଲାରେ ଜନ୍ମହୋଇ ଥିବାରୁ ସମସ୍ତେ ଗୌରବନ୍ୱିତ । ଅନ୍ୟମାନଙ୍କ ଭିତରେ ଡ. ଅନ୍ତର୍ଯ୍ୟାମୀ ଭୂୟାଁ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଫୁଲ୍ଲ କୁମାର ମିଶ୍ର, ଆଡଭୋକେଟ୍ କୃଷ୍ଣ ଚନ୍ଦ୍ର ଦାସ ବକ୍ତବ୍ୟ ପ୍ରଦାନ କରିଥିଲାବେଳେ, କବି ରବୀନ୍ଦ୍ର ମିଶ୍ର, ନାରାୟଣ ସାହୁ ଓ ସନ୍ତୋଷ ସାହୁ ପ୍ରମୁଖ ବିପ୍ଳବୀଙ୍କ ସ୍ମୃତିଚାରଣ ପୂର୍ବକ କବିତା ପାଠ କରିଥିଲେ । ଏହାସହିତ ବିପ୍ଳବୀ ଗୋବିନ ମିଶ୍ରଙ୍କ ଉପରେ ମାଟିର ସ୍ୱର ପତ୍ରିକାର ବିଶେଷ ସଂଖ୍ୟା ପ୍ରଭାତ କୁମାର ସାହୁଙ୍କ ସମ୍ପାଦନାରେ ଗୋବିନ୍ଦ ମିଶ୍ରଙ୍କ ନାତି ଏଡଭୋକେଟ ଗୌରଚନ୍ଦ୍ର ମିଶ୍ରଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । କାର୍ଯ୍ୟକ୍ରମକୁସରୋଜ କୁମାର ପଣ୍ଡା ସଂଯୋଜନା କରିଥିଲେ ।