ଏମକେସିଜି ର୍ୟାଗିଂ: ୨ ଛାତ୍ରଙ୍କୁ ଜରିମାନା
ବ୍ରହ୍ମପୁର : ବ୍ରହ୍ନପୁର ଏମ. କେ. ସିଜି ମେଡିକାଲ କଲେଜରେ ପୁଣି ରେଗିଙ୍ଗ ଅଭିଯୋଗ ହୋଇଛି । ଏ ନେଇ ଆଣ୍ଟି ରେଗିଙ୍ଗ ସେଲ ରୁ ଅଭିଯୋଗ ଆସିବା ପରେ ମେଡିକାଲ କଲେଜ କର୍ତ୍ତୃପକ୍ଷ ଆଜି ଅପରାହ୍ନ ରେ ଏକ ଜରୁରୀ ବୈଠଜ ଡ଼ାକି କଡାକାର୍ଯ୍ୟ ନୁଷ୍ଠାନ ନେଇଛନ୍ତି । ଗତ ମେ ମାସ ୧୨ ତାରିଖରେ ଜଣେ ଏମବିବିଏସ ଚତୁର୍ଥ ବର୍ଷର ଛାତ୍ରଙ୍କୁ ରେଗିଂ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ମେ ୧୩ ତାରିଖରେ ଏମକେସିଜି ମେଡିକାଲ ଅଧକ୍ଷ ତଥା ଡିନଙ୍କୁ ଦୁଇ ଜଣ ରେଗିଂ କରିଥିବା ନେଇ ଲିଖିତ ଅଭିଯୋଗ ଦେଇଥିଲେ ସମ୍ପୃକ୍ତ ଛାତ୍ର । ଏଣ୍ଟି ରେଗିଂ କମିଟିରେ ଅଭିଯୋଗ ହେବା ପରେ ଆଜି ଏମକେସିଜି ମେଡିକାଲରେ ହୋଇଥିଲା ବୈଠକ । ବୈଠକରେ କମିଟି ସଦସ୍ୟ ଯୋଗଦେଇ ତର୍ଜମା କରିବା ସହିତ ରେଗିଂ କରିଥିବା ଦୁଇ ହାଉସ ସର୍ଜନଙ୍କୁ ଆର୍ଥିକ ଦଣ୍ଡାଦେଶ ଦେଇଛନ୍ତି । ୨୫ ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ଏଣ୍ଟି ରେଗିଙ୍ଗ କମିଟିର ବୈଠକରେ ନିଷ୍ପତ୍ତି ହୋଇଥିବା ଅଧ୍ୟକ୍ଷା ପ୍ରଫେସର ଡାକ୍ତର ସୁଚିତ୍ରା ଦାସ ସୂଚନା ଦେଇଛନ୍ତି ।