ଆଶା ଓ ନିର୍ଭୟର ସନେ୍ଦଶ


୭୯ତମ ସ୍ୱାଧୀନତା ଦିବସ ଉସôବ ଅବସରରେ କ୍ରମାଗତ ଦ୍ୱାଦଶ ଥର ପାଇଁ ଲାଲାକିିଲ୍ଲାରୁ ଦେଶବାସୀଙ୍କ ଉଦେ୍ଦଶ୍ୟରେ ଦୀର୍ଘ ୧୦୩ମିନିଟ ଧରି ଦେଇଥିବା ଦୀର୍ଘ ଅଭିଭାଷଣରେ କେବଳ ଆଶା ସଂଚାର କରିନାହିଁ, ବିଭିନ୍ନ କ୍ଷେତ୍ରରେ ନିର୍ଭୟ’ର ସନେ୍ଦଶ ପ୍ରଦାନ କରିଛି । ଭାରତୀୟ ସାମଗ୍ରୀ ଉପରେ ଯୁକ୍ତରାଷ୍ଟ୍ର ଆମେରିକାର ୫୦ପ୍ରତିଶତ ଶୁଳ୍କଲାଗୁ ନେଇ କାହାରି ନାମ ନନେଇ ପ୍ରଧାନମନ୍ତ୍ରୀ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ମେକ୍ ଇନ୍ ଇଣ୍ଡିଆ ଏବଂ ଭୋକାଲ ଫର ଲୋକାଲ ମନ୍ତ୍ର ଦେବା ସହ ଆତ୍ମନିର୍ଭରଶୀଳତା’ର ସନେ୍ଦଶ ପ୍ରଦାନ କରିଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକାର ଟାରିଫ ଯୋଗୁଁ ଆନ୍ତର୍ଜାତିକ ଯୋଗାଣ ଧାରା ବ୍ୟାହତ ହୋଇଥିବା ସମୟରେ ଦେଶର ଘରୋଇ ଅର୍ଥନୀତିକୁ ସୁଦୃଢ କରିବା ନିମନ୍ତେ ଆତ୍ମନିର୍ଭରଶୀଳତା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି । ଏ ନେଇ ପ୍ରଧାନମନ୍ତ୍ରୀ ବିଭିନ୍ନ କ୍ଷେତ୍ରରେ ଦେଶ ପ୍ରଦର୍ଶିତ କରିଥିବା ସାମର୍ଥ୍ୟ, ଦକ୍ଷତା ପ୍ରମାଣ ସମ୍ପର୍କରେ ସ୍ମରଣ କରାଇ ଦେଇଛନ୍ତି । ମହାମାରୀ କୋରୋନା ମୁକାବିଲା ପାଇଁ ଭାରତ ଟିକା ପ୍ରସ୍ତୁତ କରି ସାରା ବିଶ୍ୱବାସୀଙ୍କୁ ନିଜର ସାମର୍ଥ୍ୟ ଦେଖାଇଥିଲା । କୋରୋନା ଟିକା କେବଳ ନିଜ ପାଇଁ ନୁହେଁ, ସମଗ୍ର ବିଶ୍ୱ ପାଇଁ ପ୍ରସ୍ତୁତ କରିଥିଲା ।  ମହାମାରୀର ମୁକାବିଲା ପାଇଁ ଭାରତ ବିଶ୍ୱର ୫୬ଟି ରାଷ୍ଟ୍ରକୁ ଟିକା ଯୋଗାଣ କରିଥିଲା । ଆମଦାନି ଓ ରତ୍ପାନି କ୍ଷେତ୍ରରେ ସୃଷ୍ଟି ହୋଇଥିବା ସଂକଟର ମୁକାବିଲା ପାଇଁ ଆତ୍ମନିର୍ଭର ଭାରତରୁ ବିକଶିତ ଭାରତ ପାଇଁ ଆହ୍ୱାନ ଦେଇ ଆମେ ଅନ୍ୟ କାହାରି ଉପରେ କାହିଁକି ନିର୍ଭରଶୀଳ ହେବା ? ପ୍ରତ୍ୟେକ କ୍ଷେତ୍ରରେ ଆତ୍ମ ସମ୍ମାନ ପାଇଁ ଯୁବ, ବୈଜ୍ଞାନିକ, ଉଦ୍ୟୋଗୀ, ବୈଜ୍ଞାନିକ ଏବଂ ଘରୋଇ ଉଦ୍ୟୋଗ କ୍ଷେତ୍ରକୁ ଆହ୍ୱାନ ଦେଇ ଭାରତ ନିଜସ୍ୱ ଫର୍ଟିଲାଇଜର ସେମିକଣ୍ଡକ୍ଟର, କ୍ଲିନ ଏନର୍ଜି ଆଦି ବିଭିନ୍ନ କ୍ଷେତ୍ରରେ ଆତ୍ମନିର୍ଭର ହେବାକୁ ପରାମର୍ଶ ଦେଇଛନ୍ତି । ଆଗାମୀ ପିଢିପାଇଁ ବ୍ୟାପକ ସଂସ୍କାର ମାଧ୍ୟମରେ ଭବିଷ୍ୟତ ପିଢିକୁ ସକ୍ଷମ କରିବା ପାଇଁ ସରକାର ସମର୍ଥ ପ୍ରକାର ପ୍ରୋସôାହନ ଦେବେ ବୋଲି କହିଛନ୍ତି । ଏଥିଲାଗି ଖୁବଶୀର୍ଘ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରାଯିବା ନେଇ ସେ ଘୋଷଣା କରିଛନ୍ତି । କ୍ଳିନ୍ ଏବଂ ରିନ୍ୟୁଏବଲ ଏନର୍ଜି, ସେମିକଣ୍ଡକ୍ଟର, କ୍ରିଟିକାଲ ମିନେରାଲ, ଟିକା, ମେଡିସିନ, ଡ୍ରଗସ  ଏବଂ  ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଭାରତ ଉତ୍ପାଦନରେ ହବ ହେବ । ସୁଲଭ ମୂଲ୍ୟରେ ଗୁଣାତ୍ମକ ସାମଗ୍ରୀ ଉତ୍ପାଦନ ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ଏହି ଅବସରରେ ଅପରେସନ ସିନ୍ଦୂରର ସାହସୀ ଯୋଦ୍ଧାମାନେ ଶତ୍ରୃମାନଙ୍କୁ ସେମାନେ କଳ୍ପନା କରିନଥିବା ଦଣ୍ଡ ଦେଇଥିବାବେଳେ ଏଣିକି ଆତଙ୍କବାଦୀ ପ୍ରୋସôାହନ, ଆଶ୍ରୟ ଓ ଶକ୍ତିଶାଳୀ ଯେଉଁମାନେ କହୁଛନ୍ତି ସେମାନଙ୍କୁ ଆଉ ପୃଥକ ଦେଖାଯିବ ନାହିଁ । ସେହିପରି କାହାର ପରମାଣୁ ଧମକକୁ ଭାରତ ସହ୍ୟ କରିବ ନାହିଁ । ଯଦି ଶତ୍ରୃ ଏପରି ପ୍ରୟାସ କରେ ଭାରତର ସେନା ନିଜ ସର୍ଭେରେ ନିଜ ପସନ୍ଦ ସମୟରେ ପଦକ୍ଷେପ ନେବ । ଅର୍ଥାତ ଏନେଇ ସେନାକୁ ପୂର୍ଣ୍ଣ ସ୍ୱାଧୀନତା ଦିଆଯିବ ବୋଲି କହିଛନ୍ତି । ସୀମାପାର ଆତଙ୍କବାଦ ପ୍ରତି ଭାରତ ଶୂନ୍ୟସହନଶୀଳତା ପ୍ରଦର୍ଶନ କରିବା ନେଇ ସେ ଚେତାବନୀ  ଦେଇଛନ୍ତି । ଏହା ଏକ  ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ସିଷ୍ଟମ ହେବ । ଏହା କେବଳ ଶତ୍ରୁର ଆକ୍ରମଣକୁ ପ୍ରତିହିତ କରିବ ନାହିଁ, ଶତ୍ରୁ ଉପରେ ବହୁବାର ଆକ୍ରମଣ କରିବ । ଏହାର ସମ୍ପୂର୍ଣ୍ଣ ଆଧୁନିକ ବ୍ୟବସ୍ଥା ହେବ, ଏହାର ଗବେଷଣା ବିକାଶ ଓ ଉତ୍ପାଦନ ଆମ ଦେଶ ଭିତରେ ହିଁ ହେବ । ସେହିପରି ଜନସାଧାରଣଙ୍କ ଉପରୁ କର ବୋଝ ଲାଘବ ପାଇଁ ଆସନ୍ତା ଦୀପାବଳୀ ଅବସରରେ ଦ୍ରବ୍ୟ ଓ ସେବା କର (ଜିଏସଟି)ରେ ସଂସ୍କାର ଅଣାଯିବ । ଏବେ ଜିଏସଟିର ୪ଟି ସ୍ଳାବ ଅର୍ଥାତ ୫,୧୨,୧୮ ଓ ୨୮ ପ୍ରତିଶତ ରହିଛି । ତେବେ ପ୍ରଧାନମନ୍ତ୍ରୀ ପ୍ରତ୍ୟକ୍ଷ ଭାବେ ଜିଏସଟି ସଂସ୍କାର ସମ୍ପର୍କରେ କୌଣସି ବିଶଦ୍ ସୂଚନା ଦେଇନଥିବା ବେଳେ ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଯାହା କୁହାଯାଇଛି ତାହା ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ । ଜିଏସଟିର ୪ଟି ସ୍ଲାବ ମଧ୍ୟରୁ କେବଳ ଦୁଇଟି ସ୍ଲାବ ଅର୍ଥାତ ୧୨ ଓ ୫ ପ୍ରତିଶତ ରହିବ । ଏହା କେବଳ  କର ବୋଝ ହ୍ରାସ କିମ୍ବା ଦରଦାମ ହ୍ରାସ କରିବ ନାହିଁ, ଦେଶରେ ଆର୍ଥକ କାରବାରକୁ ଉସôାହିତ କରିବ । ଲୋକଙ୍କ ବ୍ୟୟ କରିବାର ସାମର୍ଥ୍ୟ ବୃଦ୍ଧିରେ ସହାୟକ ହେବ । ଏହା ଦ୍ୱାରା ଦେଶରେ ଉତ୍ପାଦନ ବୃଦ୍ଧି ପାଇବ । ଯାହା ପରୋକ୍ଷ ଓ ପ୍ରତ୍ୟକ୍ଷରେ ଲୋକଙ୍କୁ ରୋଜଗାର ଯୋଗାଇବାରେ ସମର୍ଥ ହେବ । ଉଲ୍ଳେଖଯୋଗ୍ୟ ଯେ, ଗଲା ୧୨ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କର ଏହା ହେଉଛି, ସବୁଠାରୁ ଦୀର୍ଘତମ ଭାଷଣ । ଯାହାକି ଦେଶବାସୀଙ୍କ ପାଇଁ ଉଭୟ ଆଶା ଓ ନିର୍ଭୟର ସନେ୍ଦଶ ପ୍ରଦାନ କରିଛି ବୋଲି କୁହାଯାଇପାରିବ ।
ସୌଭାଗ୍ୟ ରଂଜନ ମହାନ୍ତି,ମୋ:୭୯୭୮୬୬୬୪୦୩