ଆସ ଜାଣିବା ସାଙ୍ଗମାନେ.. ଜଳ ବିନା ଜୀବନ ଅସମ୍ଭବ

ସାଙ୍ଗମାନେ ଏବେ ତ ବର୍ଷା ଋତୁ ଚାଲିଛି । ବର୍ଷା ହେବା ହେତୁ ଧାରାପୃଷ୍ଠ ବର୍ଷାଜଳ ଜମି ରହୁଛି । ଏଣୁ ଆଜି ଆମେ ଜାଣିବା ଜଳ କିପରି ତିଆରି ହୁଏ ଓ ଏହା ଜୀବଜଗତର କି ପ୍ରକାର ଉପକାର କରେ । ସାଙ୍ଗମାନେ ଜୀବନ ପାଇଁ ଜଳ ଅତି ଜରୁରୀ । ପୃଥିବୀର ଅତି ସାଧାରଣ ତରଳ ପଦାର୍ଥ ହେଉଛି ହେଉଛି ଜଳ । ପୃଥିବୀର ପ୍ରାୟ ୭୧.୪% ଜଳପୂର୍ଣ୍ଣ ଅଟେ  । ବିଶୁଦ୍ଧ ଜଳର ଗନ୍ଧ, ସ୍ୱାଦ ଓ ରଙ୍ଗ ନାହିଁ  । ହ୍ରଦ, ନଦୀ ଓ ମହାସାଗର ଆଦିରେ ଜଳ ଥାଏ । ଆକାଶରେ ବାଦଲରୁ ବର୍ଷା ରୂପରେ ଜଳ ତଳକୁ ପଡ଼େ । ଜଳ ଅତି ଥଣ୍ଡା ହେଲେ ବରଫରେ ପରିଣତ ହୁଏ । ଘନିଭୂତ ବର୍ଷା ତୁଷାରପାତରେ ପରିଣତ ହଏ  । ଜଳ ଅତି ଗରମ ହେଲେ ଏହା ବାଷ୍ପରେ ପରିଣତ ହୁଏ । ହାଇଡ଼୍ରୋଫିଲିକ ଆଧାରରେ ଜଳ ଏକ ତରଳ ସ୍ଫଟିକ ଅବସ୍ଥାରେ ରହିଥାଏ । ମାନବ ସମେତ ସମସ୍ତ ପ୍ରାଣୀ ଓ ଉଦ୍ଭିଦ ଜୀବନ ଧାରଣ ପାଇଁ ଜଳ ଆବଶ୍ୟକ କରନ୍ତି । ଶରୀରର ଆଭ୍ୟନ୍ତରୀଣ ରାସାୟନିକ ପ୍ରତିକ୍ରିୟା ଓ ରକ୍ତର ପ୍ରମୁଖ ଅଂଶ ଭାବେ କାମ କରେ । ଜଳ ଝାଳ ରୂପରେ ବାହାରି ଶରୀରକୁ ଥଣ୍ଡା ରଖେ । ପୋଷକତତ୍ତ୍ୱକୁ ପାକସ୍ଥଳୀରୁ ଶରୀରର ଅନ୍ୟାନ୍ୟ ଅଙ୍ଗକୁ ପହଞ୍ଚାଇବାରେ ଜଳ ସାହାଯ୍ୟ କରେ । ଫୁସ୍ଫୁସ୍ରୁ ଶରୀରକୁ ଅମ୍ଳଜାନ ପରିବହନ କରିବାରେ ମଧ୍ୟ ଜଳ ସାହାଯ୍ୟ କରେ  । ଜଳ ମଣିଷ ଓ ପ୍ରାଣୀମାନଙ୍କୁ ଖାଦ୍ୟ ହଜମ କରିବାରେ ଭୂମିକା ଗ୍ରହଣ କରେ । ଜଳ ପରିସ୍ରା ତିଆରି କରେ । ପରିସ୍ରା ଶରୀରର ଦୂଷିତ ପଦାର୍ଥକୁ ନିଷ୍କାସନ କରିଥାଏ । ମଣିଷ ଶରୀର ୬୦-୭୦% ଜଳରେ ଗଠିତ । ଜଳ ପୃଥିବୀପୃଷ୍ଟରେ ପ୍ରାକୃତିକ ଭାବେ ମିଳେ । ଦୁଗ୍ଧ, ଫଳରସ  ପରି ପାନୀୟମାନଙ୍କର ମୁଖ୍ୟ ଅଂଶ ହେଉଛି ଜଳ । ପିଇବା ଯୋଗ୍ୟ ଜଳକୁ ଆମେ ପାନୀୟ ଜଳ ବୋଲି କହୁ  । ମହାସାଗରର ଜଳ ଲୁଣିଆ ହୋଇଥିବା ସ୍ଥଳେ ହ୍ରଦ ଓ ନଦୀର ଜଳ ମଧୁର ହୋଇଥାଏ । ପୃଥିବୀପୃଷ୍ଠରେ ମାତ୍ର ୩% ମଧୁର ଜଳ ଅଛି, ବାକି ସବୁ ଲୁଣିଆ । ଜଳ ହେଉଛି ଏକମାତ୍ର ବସ୍ତୁ ଯାହା ସାଧାରଣ ତାପମାତ୍ରାରେ ୩ଟି ଅବସ୍ଥାରେ ରହେ । ଜଳର ୪୦ରୁ ଉର୍ଦ୍ଧ୍ୱ ବିଶେଷ ଜଳ ଘନିଭୂତ ହେଲେ ଏହାର ଆୟତନ ପାଖାପାଖି ୯% ବୃଦ୍ଧି ପାଏ । ସାଙ୍ଗମାନେ ଆମେ ଏଥିରୁ ବୁଝିଲେ ଜଳ ବିନା ଜୀବନ ଅସମ୍ଭବ ।