ଆୟରଲ୍ୟାଣ୍ଡରେ ମିଳିବ ଢେଙ୍କାନାଳ ଅମୃତଭଣ୍ଡା ଓ ସାରୁ
ଭୁବନେଶ୍ୱର : ଓଡ଼ିଶାର କୃଷି କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି । ଆଗରୁ ବିଦେଶୀ ଜିନିଷ ଆମଦାନୀ ହେଉଥିବା ବେଳେ ଏବେ ଓଡ଼ିଶାର ପନିପରିବା ବିଦେଶକୁ ରପ୍ତାନୀ ହେଉଛି ଓ ବିଦେଶରେ ଏହାର ଚାହିଦା ମଧ୍ୟ ଖୁବ୍ ରହୁଛି । ଢେଙ୍କାନାଳ ମାଟିରୁ ୧୦୦ କିଲୋ ସାରୁ ଓ ୩୨୦ କିଲୋ ସବୁଜ ଅମୃତଭଣ୍ଡା ନେତାଜୀ ସୁବାସ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦର, କୋଲକାତା ଦେଇ ସୁଦୂର ଆୟରଲ୍ୟାଣ୍ଡକୁ ରପ୍ତାନୀ ହୋଇଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ଉଦ୍ୟାନ କୃଷି ନିଦେ୍ର୍ଦଶାଳୟର ଦୃଢ ନେତୃତ୍ୱ, ଗେଟ୍ସ ଫାଉଣ୍ଡେସନର ସହାୟତା ଓ ପାଲାଡିୟମର ମିଳିତ ସମନ୍ୱୟରେ ଏହି ସଫଳତା ସମ୍ଭବ ହୋଇଛି । ଏହି ସଫଳତାର ମଙ୍ଗ ଧରିଛି ଢେଙ୍କାନାଳର ‘ସପ୍ତଶଯ୍ୟା କୃଷକ ଉତ୍ପାଦକ କମ୍ପାନୀ', ଯାହା କ୍ଷୁଦ୍ର ଚାଷୀଙ୍କ ସାମୂହିକ ଶକ୍ତିର ପ୍ରତୀକ ପାଲଟିଛି । ଏକ ସମୃଦ୍ଧ କୃଷି ଅର୍ଥନୀତି ଗଠନ, ଚାଷୀ ଭାଇଭଉଣୀଙ୍କୁ ନିଜ ପରିଶ୍ରମର ଉଚିତ ମୂଲ୍ୟ ପ୍ରଦାନ ସହ ବିଶ୍ୱ ବଜାରରେ ଓଡ଼ିଶାର କୃଷିଜାତ ଦ୍ରବ୍ୟର ଚାହିଦା ବୃଦ୍ଧି ଦିଗରେ ସପ୍ତଶଯ୍ୟା କୃଷକ ଉତ୍ପାଦକ କମ୍ପାନୀ ନିଜର ନିରନ୍ତର ଉଦ୍ୟମ ଜାରି ରଖିଛି । ଚଳିତ ଥର ଅମୃତଭଣ୍ଡା ସହ ପ୍ରଥମ ଥର ଉଚ୍ଚÿ ଗୁଣବତ୍ତା ସମ୍ପନ୍ନ ତଥା ସ୍ୱାଦିଷ୍ଟ ସାରୁ ସୁଦୂର ଆୟରଲ୍ୟାଣ୍ଡକୁ ରପ୍ତାନୀ କରି ଏହି କୃଷକ ଉତ୍ପାଦକ ସଂଗଠନ ନିଜ ସଫଳତାର ଯାତ୍ରାରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛି ।