ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କଲେ ଆଇନମନ୍ତ୍ରୀ

 ଯାଜପୁର ଟାଉନ : ଶୁକ୍ରବାର ଯାଜପୁର ଜିଲାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ ହୋଇଛି । ଏହା ସହ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାର ଶୁଭାରମ୍ଭ ଗୌତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୋଜନାର ଶୁଭାରମ୍ଭ କରି ହିତାଧିକାରୀଙ୍କୁ ମିଳିବାକୁ ଥିବା ସୁବିଧା ଉପରେ ଆଲୋକପାତ କରିଥିଲେ । ଯାଜପୁର ଜିଲାରେ ୧୮ଲକ୍ଷରୁ ଅଧିକ ଲୋକ ଏହି ଯୋଜନା ଦ୍ୱାରା ଉପକୃତ ହେବାକୁ ଯାଉଛନ୍ତି ଓ ଭବିଷ୍ୟତରେ ଆହୁରି ଅଧିକ ହିତାଧିକାରୀ ଏହି ଯୋଜନାରେ ଯେପରି ସାମିଲ ହୋଇପାରିବେ ସେଥିନେଇ ଉଦ୍ୟମ ଜାରି ରହିଥିବା କଥା କୁହାଯାଇଥିଲା । କାର୍ଯ୍ୟକ୍ରମରେ  ସାଂସଦ ଡ.ରବୀନ୍ଦ୍ର ନାରାୟଣ ବେହେରା ଯୋଗଦେଇ ହିତାଧିକାରୀ ସମଗ୍ର ଭାରତବର୍ଷରେ ଥିବା ଆୟୁଷ୍ମାନ ଭାରତ କାର୍ଡ କାର୍ଯ୍ୟରତ ଚିକିସôାଳୟରେ ଲୋକମାନେ ଚିକିସôିତ ହୋଇପାରିବେ ବୋଲି ଅବଗତ କରିଥିଲେ । କାର୍ଯ୍ୟକ୍ରମରେ ଜିଲାପାଳ ପି. ଅନ୍ୱେଷା ରେଡ୍ଡୀ ଅଧ୍ୟକ୍ଷତା କରିଥିଲେ । ଶୁଭାରମ୍ଭ କାର୍ଯ୍ୟକ୍ରମରେ ବଡ଼ଚଣା ବ୍ଲକର ବିଭିନ୍ନ ପିଏଚସି ରେ ସମୁଦାୟ ୧୪,୦୦୦ ଅଂଶ ଗ୍ରହଣକାରୀ ଯୋଗଦେଇଥିବା ବେଳେ ୨୫୦ ଜଣ ହିତାଧିକାରୀଙ୍କୁ ଆୟୁଷ୍ମାନ ଭାରତ କାର୍ଡ ବଂଟନ କରାଯାଇଥିଲା । ସେହିପରି ବରୀ ବ୍ଲକର ବିଭିନ୍ନ ପିଏଚସିରେ ସମୁଦାୟ ୭,୦୦୦ ଅଂଶଗ୍ରହଣକାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ୧୨୫ ଜଣ ହିତାଧିକାରୀଙ୍କୁ କାର୍ଡ ବଂଟନ କରାଯାଇଥିଲା । ସେହିପରି ବିଞ୍ଝାରପୁର ବ୍ଲକର ବିଭିନ୍ନ ପି.ଏଚ.ସିରେ ସମୁଦାୟ ୮୫୦୦ ଅଂଶଗ୍ରହଣକାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ୨୦୦ଜଣ ହିତାଧିକାରୀଙ୍କୁ କାର୍ଡ ବଂଟନ କରାଯାଇଥିଲା । ସେହିପରି ଦାନଗଦୀବ୍ଲକର ୫ଟି ପିଏଚସିରେ ସମୁଦାୟ ୫୧୧୧ଅଂଶଗ୍ରହଣକାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ୧୨୫ ଜଣ ହିତାଧିକାରୀଙ୍କୁ କାର୍ଡ ବଂଟନ କରାଯାଇଥିଲା । ଦଶରଥପୁର ବ୍ଲକର ୬ଟି ପିଏଚସିରେ ସମୁଦାୟ ୫୨୩୪ ଅଂଶଗ୍ରହଣକାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ୩୬୬୮ଜଣ ହିତାଧିକାରୀଙ୍କୁ କାର୍ଡ ବଂଟନ କରାଯାଇଥିଲା । ଧର୍ମଶାଳା ବ୍ଲକର ୯ଟି ପିଏଚସି ରେ ସମୁଦାୟ ୧୦,୦୦୦ ଅଂଶଗ୍ରହଣକାରୀ ଯୋଗଦେଇଥିବା ବେଳେ ୨୫୦ଜଣ ହିତାଧିକାରୀଙ୍କୁ କାର୍ଡ ବଂଟନ କରାଯାଇଥିଲା । ଯାଜପୁର ବ୍ଲକର ୪ଟି ପିଏଚସିରେ ସମୁଦାୟ ୩୯୭୦ଅଂଶଗ୍ରହଣକାରୀ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ୧୦୦ଜଣ ହିତାଧିକାରୀଙ୍କୁ  କାର୍ଡ ବଂଟନ କରାଯାଇଥିଲା । କୋରେଇ ବ୍ଲକର ୬ଟି ପିଏଚସିରେ ସମୁଦାୟ ୭୨୦୦ ଅଂଶଗ୍ରହଣକାରୀ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ୧୫୦ ଜଣ ହିତାଧିକାରୀଙ୍କୁ କାର୍ଡ ବଂଟନ କରାଯାଇଥିଲା । ରସୁଲପୁର ବ୍ଲକର ୫ଟି ପିଏଚସିରେ ସମୁଦାୟ ୪୪୧୫ ଅଂଶଗ୍ରହଣକାରୀ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ୧୨୫ଜଣ ହିତାଧିକାରୀଙ୍କୁ କାର୍ଡ ବଂଟନ କରାଯାଇଥିଲା । ସୁକିନ୍ଦାବ୍ଲକର ୫ଟି ପିଏଚସିରେ ସମୁଦାୟ ୫୭୫୦ଅଂଶଗ୍ରହଣକାରୀ କାର୍ଯ୍ୟକ୍ରମରେ ଯୋଗଦେଇଥିବାବେଳେ୧୨୫ଜଣ ହିତାଧିକାରୀଙ୍କୁ କାର୍ଡ ବଂଟନ କରାଯାଇଥିଲା । ଯାଜପୁର ମୁ୍ୟନିସିପାଲଟିରେ ସମୁଦାୟ ୧୬୦୦ଅଂଶଗ୍ରହଣକାରୀ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ୨୫ଜଣ ହିତାଧିକାରୀଙ୍କୁ କାର୍ଡ ବଂଟନ କରାଯାଇଥିଲା । ବ୍ୟାସନଗର ମୁ୍ୟନିସିପାଲଟିରେ ସମୁଦାୟ ୧୦୬୭ ଜଣ ଅଂଶଗ୍ରହଣକାରୀ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ୨୬ଜଣ ହିତାଧିକାରୀଙ୍କୁ କାର୍ଡ ବଂଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ପୌର ପରିଷଦ ରଞ୍ଜୁଲତା ହୋତା, ଅତିରିକ୍ତ ଜିଲାପାଳ, ଉପଜିଲାପାଳ, ଜିଲା ମୁଖ୍ୟ ଚିକିସôା ଅଧିକାରୀ ପ୍ରକାଶ ଚନ୍ଦ୍ର ବଳ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।