ଦୋଷ ଢାଙ୍କିବାକୁ ଲଗେଇଲେ ଫଳକ; ତଥାପି କେଁ ଜଳ ଜଳ

 ବିଞ୍ଝାରପୁର : କଲ୍ୟାଣପୁର ପଞ୍ଚାୟତର ମା’ମଙ୍ଗଳଚଣ୍ଡୀ ପୀଠରେ ଥିବା ୭ଲକ୍ଷ ଟଙ୍କାର ଫଳକ ଅଛି ହେଲେ କାର୍ଯ୍ୟ ନାହି ବୋଲି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଯାହାକୁ ନେଇ ଜିଲାପାଳ ବିଞ୍ଝାରପୁର ବିଡିଓଙ୍କୁ ତଦନ୍ତ କରିବା ପାଇଁ ଦାୟିତ୍ୱ ଦେଇଥିଲା । ତଦନ୍ତ ସମୟରେ ଉକ୍ତ କାର୍ଯ୍ୟର ତଦାରଖ କରିଥିବା କନିଷ୍ଠଯନ୍ତ୍ରୀ ଅମୂଲ୍ୟ ତ୍ରିପାଠୀ କିନ୍ତୁ ତଦନ୍ତରେ ସାହାଯ୍ୟ କରିବା ବଦଳରେ ଓଲଟି ଦିନ ପରେ ଦିନ ଗଡ଼ାଇବା ସହ ଅସହଯୋଗ କରିଥଲେ । ଯାହାକି ୭ ଲକ୍ଷ ସିଧାସଳଖ କନିଷ୍ଠଯନ୍ତ୍ରୀ ଏହାଙ୍କୁ ଆତ୍ମସାତ କରିଥିବା ନେଇ ଅଭିଯୋଗ ଆସିଥିଲା । 
ଅପରପକ୍ଷେ ଉକ୍ତ ଅର୍ଥ ମା’ଙ୍କ ମନ୍ଦିର କାର୍ଯ୍ୟରେ ଆରମ୍ଭରୁ ଲାଗିଥିବା କଥା କହିଥିଲେ କନିଷ୍ଠଯନ୍ତ୍ରୀ । ମନ୍ଦିରେ ଗୋଟିଏ ଟଙ୍କା ସରକାରୀ ଅର୍ଥ ଲାଗିନଥିବା ଗ୍ରାମବାସୀ ଓ ମନ୍ଦିର ନିର୍ମାଣ ଦାୟିତ୍ୱ ନେଇଥିବା ବ୍ୟକ୍ତି କହିଥିଲେ । ଯାହାକୁ ନେଇ ସୂର୍ଯ୍ୟପ୍ରଭାରେ ଖବର ପ୍ରକାଶ ପାଇଥିଲା । ଖବର ପ୍ରକାଶ ପାଇଥିଲା । କନିଷ୍ଠ ଯନ୍ତ୍ରୀ ଅମୂଲ୍ୟ ତ୍ରିପାଠୀଙ୍କୁ ବିଡିଓ ତଦନ୍ତ ପରିସରକୁ ଡାକି ଏହି କାର୍ଯ୍ୟ ବିଷୟରେ ପଚାରିଥିଲେ । ଉକ୍ତ ଅର୍ଥ ମନ୍ଦିର କାର୍ଯ୍ୟରେ ଲାଗିଥିବା କହିଥିଲେ କନିଷ୍ଠଯନ୍ତ୍ରୀ ଅମୂଲ୍ୟ ତ୍ରିପାଠୀ । ମନ୍ଦିର ସମ୍ମୁଖରେ ଫଳକ ଲଗାଇବା ପାଇଁ ବିଡିଓ ଅନୁମତି ଦେଇଥିଲେ । ଫଳକ ଲାଗିବାର ଅନୁମତି ୧୫ଦିନରୁ ଉର୍ଦ୍ଧ ହେଲେ ବି ପ୍ରକୃତ ହଡ଼ପ ସାମ୍ନାକୁ ଆସି ଯିବା ଭୟରେ ଫଳକ ଲଗାଉନଥିଲେ କନିଷ୍ଠ ଯନ୍ତ୍ରୀ । ଯାହାକୁ ନେଇ ପୁନର୍ବାର ୧୯ ତାରିଖ ‘ମା’ଙ୍କ ନାମରେ ମହାଲୁଟ୍; ଏବେ ବି ଖୋଜା ପଡ଼ିଛି ୭ ଲକ୍ଷ ଫଳକର କାର୍ଯ୍ୟ’ ଶୀର୍ଷକ ଖବର ସୂର୍ଯ୍ୟପ୍ରଭାରେ ପ୍ରକାଶ ପାଇଥିଲା । ଖବର ପ୍ରସାରଣ ପରେ ଖୋଦ୍ ବିଡ଼ିଓ କନିଷ୍ଠ ଯନ୍ତ୍ରୀଙ୍କୁ ତାଗିଦ୍ କରି କାର୍ଯ୍ୟ ହେଉଥିବା ମଙ୍ଗଳଚଣ୍ଡୀ ପୀଠକୁ ନେଇ ଫଳକ ଲଗାଇଥିଲେ । ହେଲେ ଏହା ଯେ ଦୋଷ ଢାଙ୍କିବାକୁ କରାଯାଇଛି, ତାହା ସ୍ପଷ୍ଟ ଜଣାପଡ଼ିଯାଉଛି । ଫଳକ ସମ୍ମୁଖରେ ନୁହଁ ଲୋକ କେହି ନଜାଣିବା ପାଇଁ ମନ୍ଦିରର ପଛପଟେ ଲଗାଯାଇଛି । ଫଳକରେ କେଁ ଥିବା ଜଳଜଳ ହେଇ ଦେଖାଯାଉଛି । ଫଳକରେ କାର୍ଯ୍ୟଦିବସ ଏବଂ ଶେଷକୁ ଛାଡ଼ିଦିଆଯାଇଛି । ଗୋଟେ ପଟେ କାର୍ଯ୍ୟ ହେବାର ଦୁଇବର୍ଷ ପରେ ଫଳକ ଲଗାଇବା ଏବଂ ତାହା ପୂର୍ଣ୍ଣାଙ୍ଗ ହୋଇନଥିବାରୁ ବାଧ୍ୟ ବାଧକରେ ଫଳକ ଲଗାଯାଇଥିବା ସ୍ପଷ୍ଟ ବଝାପଡୁଛି । ଏସମ୍ପର୍କରେ ବିଡିଓ ଓ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ଜାଗା ନାହିଁ ନ ହେଲେ ଆଗପଟେ ଲଗାଇ ଦେବାକୁ କହିଥିଲେ ।