ପ୍ରଧାନଶିକ୍ଷୟିତ୍ରୀଙ୍କୁ ଅବସର ସମ୍ବର୍ଦ୍ଧନା

 ବିଞ୍ଝାରପୁର:  ଏହି ବ୍ଲକ୍ ରଣପୁର ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସୁଧାଂଶୁବାଳା ମହାନ୍ତିଙ୍କୁ ଅବସର ସମ୍ବର୍ଦ୍ଧନା ଦିଆଯାଇଛି । ନିଖିଳ ଉକôଳ ପ୍ରାଥମିକ ଶିକ୍ଷକ ଫେଡେରେସନର ବ୍ଲକ ସଭାପତି ରବିନାରାୟଣ ମହାନ୍ତି ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ବ୍ଲକ ସହଶିକ୍ଷା ଅଧିକାରୀ ବଳରାମ ପତି, ରଣପୁର ପଞ୍ଚାୟତ ପୂର୍ବତନ ସରପଞ୍ଚ ଅଟଳ ବିହାରୀ ନାୟକ, ଜଗନ୍ନାଥପୁର ହାଇସ୍କୁଲର ପ୍ରଧାନଶିକ୍ଷକ ଭରତ ଚନ୍ଦ୍ର ସାହୁ, ନିଖିଳ ଉକôଳ ପ୍ରାଥମିକ ଶିକ୍ଷକ ଫେଡେରେସନର ଉପସଭାପତି ରତନଲାଲ ଭୂୟାଁ, ଏବିଇଓ ପ୍ରଫୁଲ୍ଲ ବଳ, ସେକ୍ ନିଜାମୁଦ୍ଦିନ, ଶିକ୍ଷକ ସଙ୍ଘ ପୂର୍ବତନ ଉପସଭାନେତ୍ରୀ ଟିକିଲତା ବେହେରା, ନିଖିଳ ଉକôଳ ପ୍ରାଥମିକ ଶିକ୍ଷକ ଫେଡେରେସନର ସମ୍ପାଦକ ସୁବାସ ଚନ୍ଦ୍ର ନାୟକ, ଶିକ୍ଷାବିତ୍ ବିରଞ୍ଚି ନାରାୟଣ ପରିଡା, ଗୋଲକଚନ୍ଦ୍ର ମିଶ୍ର, ସ୍ୱାଧୀନତା ସଂଗ୍ରାମୀ ପରିଷଦର ଆବାହକ ସାମ୍ବାଦିକ କୈଳାସ ଚନ୍ଦ୍ର ମହାନ୍ତି, ଏନପିଏସ ସଙ୍ଘର ସଭାପଚି ମନୋରଞ୍ଜନ ଧଳ, ପ୍ରଧାନଶିକ୍ଷକ ବିଶ୍ୱନାଥ ସାମଲ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଧାନଶିକ୍ଷକ ସଂଗ୍ରାମ କେଶରୀ ସାମଲ ଅତିଥି ପରିଚୟ ପ୍ରଦାନ କରିଥିଲେ । ରାଜ୍ୟ ପୁରସ୍କାରପ୍ରାପ୍ତ ଶିକ୍ଷୟିତ୍ର. ବ୍ରଜସୁନ୍ଦରୀ ଦାସ, ମନସ୍ମିତା ଯେନା, ଲୀଳାବତୀ ଦାସ, ରୂପଶ୍ରୀ ମହାନ୍ତି,ଜ୍ୟୋତିପ୍ରଭା ପ୍ରଧାନ, ଉମେଶ ସାମଲ, ସାଧୁଚରଣ ସାମଲ, କୈଳାସ ଚନ୍ଦ୍ର ବେହେରା, ସନ୍ତୋଷ ସାମଲ, ସେବତୀ ସାମଲ ପ୍ରମୁଖ ବିଦାୟୀ ଶିକ୍ଷୟିତ୍ରୀଙ୍କ ନିଷ୍ଠା, ତିତିକ୍ଷା ଓ କର୍ତବ୍ୟ ପରାୟଣତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସଂଗ୍ରାମ ସାମଲ, ଅରୁଣ ନାୟକ, ମନସ୍ମିତା ଜେନା, କୈଳାସ ଚନ୍ଦ୍ର ବେହେରାଙ୍କ ସହିତ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ଓ ପରିଚାଳନା ସମିତି ସଦସ୍ୟ ଉପସ୍ଥିତ ଥିଲେ ।