ଅନ୍ଲାଇନ ଖେଳରେ ବନିଲେ କୋଟିପତି
ଧର୍ମଶାଳା : ଏହି ବ୍ଲକ ଅରଖପଦା ଗ୍ରାମର ଜଣେ ମାଛ ବ୍ୟବସାୟୀଙ୍କ ପୁଅ ମାଇଁ ଡ୍ରିମ ଇଲେଭେନ ସର୍କଲ ଅନଲାଇନ ଗେମ ଖେଳି ୩କୋଟି ଟଙ୍କା ଜିତିବା ସହ ଏକ ଥର କାର ଜିତିଛନ୍ତି । ବିଜେତା ଅରଖପଦା ଗ୍ରାମର କୁଳମଣି ତରାଇଙ୍କ ସାନପୁଅ ଅନିଲ(୨୩) ହୋଇଥିବା ବେଳେ ଚାଲିଥିବା ଅଇପିଏଲ କ୍ରିକେଟ ମ୍ୟାଚରେ ମାଇଁ ଡ୍ରିମ ଇଲେଭେନ ଆପରେ ଆପ ଡାଉନଲୋଡ କରି ୪୯ ଟଙ୍କା ବିନିଯୋଗ କରି ଖେଳରେ ଭାଗ ନେଇଥିଲେ । ଅନିଲ ପ୍ରଥମେ ଗ୍ରାମର ଯୁବକ ମାନେ ଏହି ଖେଳ ଖେଳୁଥିବାଦେଖି ତାର ଏହି ଆପ ଡାଉନଲୋଡ କରିବାକୁ ସାଙ୍ଗମାନଙ୍କୁ କହିଥିଲା । ସାଙ୍ଗମାନେ ତାର ମୋବାଇଲ ଫୋନରେ ଆପ ଡାଉନଲୋଡ କରି ଦେବା ପରେ ୪ ଦିନ ହେଲା ସେ ଅନଲାଇନରେ ଏହି ଖେଳ ଖେଳୁଥିଲା । ସେ ଏକ ଟିମର ତାଲିକା ପ୍ରସ୍ତୁତ କରି ଅନଲାଇନରେ ସେହି ଆପରେ ଛାଡିବା ପରେ ଗତକାଲି ରାତି ପ୍ରାୟ ୧୧ଟା ୧୫ ମିନିଟରେ ସମ୍ପୃକ୍ତ କମ୍ପାନୀ ପକ୍ଷରୁ ଏକ ଫୋନ କଲ ଆସିଥିଲା । ଅନିଲ ନିଜେ ଫୋନ ନଉଠାଇ ତାର ଜଣେ ସାଙ୍ଗଙ୍କୁ କଥା ହେବା ପାଇଁ କହିଥିଲା । ତାର ସାଙ୍ଗ କଥା ହେବା ବେଳକୁ ଜଣାପଡିଥିଲା କି ସେ ବିଜେତା ଘୋଷଣା ହେବା ସହ ତାଙ୍କ ଏକାଉଂଟକୁ ୩ କୋଟି ଟଙ୍କା ଆସିଛି ବୋଲି କମ୍ପାନୀ ତରଫରୁ କୁହାଯାଇଥିଲା । ଏହା ଶୁଣି ଅନିଲ ନିଜ ଏକାଉଂଟ ଚେକ କରିବା ସମୟରେ ୩ କୋଟି ଟଙ୍କା ତାଙ୍କ ଏକାଉଂଟକୁ ଆସିଥିବା ସେ ଜାଣିବାକୁ ପାଇଥିଲେ । ଏତଦବ୍ୟତିତ ଏକ ସପ୍ତାହ ପରେ ତାଙ୍କୁ ଥର ଗାଡି ମିଳିଯିବ ବୋଲି କମ୍ପାନୀ ତରଫରୁ କୁହାଯାଇଥିଲା ।ଅନିଲ ଅନଲାଇନରେ ଖେଳ ଖେଳୁଥିଲେ ମଧ୍ୟ ସେ ବିଜେତା ହେବେ ବୋଲି କେବେ କଳ୍ପନା କରିନଥିଲେ । ଏତେ ଗୁଡିଏ ଟଙ୍କା ପାଇ ସେ ଓ ତାଙ୍କର ପରିବାର ଲୋକେ ବେଶ ଖୁସି ପ୍ରକଟ କରିଛନ୍ତି । ଅନିଲ ପୁର୍ବରୁ ଆକୁଆଗାର୍ଡ କମ୍ପାନୀରେ ଚାକିରି କରିଥିବା ବେଳେ କରୋନା ସମୟରେ ସେ ଚାକୀରି ଛଡି ଘରେ ରହି ଚାଷ ବାସ କାମ ଦେଖୁଥିବା ବେଳ ହୋମଗାର୍ଡ ଚାକିରି ପାଇଁ ଅବେଦନ କରିଛନ୍ତି । ସପ୍ତାହେ ହେଲା ତାଙ୍କ ବଡଭାଇଙ୍କ ଠାରୁ କିଛି ଟଙ୍କା ନେଇ ଚପଲ ବେପାର ଆରମ୍ଭ କରିଥିଲେ । ଏତେ ଗୁଡିଏ ଟଙ୍କା ପାଇ ସେ ପ୍ରଥମେ ଏକ ଜିମ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।