ଇଂଲଣ୍ଡକୁ ୬୦୮ ରନ ଟାର୍ଗେଟ

 ନୂଆଦିଲ୍ଲୀ : ପ୍ରଥମ ଟେଷ୍ଟ ମ୍ୟାଚରେ ପରାଜୟ ପରେ ୨ୟ ଟେଷ୍ଟ ଜିତିବା ଲକ୍ଷ ରଖିଥିବା ଭାରତୀୟ ଦଳ ମଜବୁତ ସ୍ଥିତିରେ ପହଞ୍ଚିଛି । ଭାରତ ତା୨ୟ ଇନିଂସକୁ ୪୨୭ ରନରେ ପାଳି ସମାପ୍ତ ଘୋଷଣା କରିଛି । ଯାହାଫଳରେ ଭାରତ ଏହି ମ୍ୟାଚରେ ୬୦୭ରନର ଅଗ୍ରଣୀ ହାସଲ କରିଥିବା ବେଳେ ଇଂଲଣ୍ଡକୁ ୬୦୮ରନର ଟାର୍ଗେଟ ଦେଇଛି । 
ତେନ୍ଦୁଲକର-ଆଣ୍ଡରସନ ଟ୍ରଫିର ୨ୟ ଟେଷ୍ଟରେ ମଜବୁତ ସ୍ଥିତରେ ପହଞ୍ଚିଛି ଭାରତ । ଭାରତ ତାର ୨ୟ ଇନିଂସ ୪୨୭ରେ ପାଳି ସମାପ୍ତ ଘୋଷଣା କରିଛି । ଭାରତ ପକ୍ଷରୁ ୨ୟଇନିଂସରେ ଗିଲଙ୍କ ବ୍ୟତୀତ ଜୟଶ୍ୱାଲ୨୮, ରାହୁଲ ୫୫,  କରୁଣ ନାୟାର ୨୬, ଋଷଭ ପନ୍ତ ଦୃତ ୬୫ ଓ ରବୀନ୍ଦ୍ର ଜାଡ଼େଜା ୬୯ ରନର ପାଳି ଖେଳିଥିଲେ । ସେହିପରି ଇଂଲଣ୍ଡ ପକ୍ଷରୁ ସୋଏବ ବାସିର ୨ଟି, ଜୋଶ ଟଙ୍ଗ ୨ଟି, କାର୍ସେ ଓ ରୁଟ ଗୋଟିଏ ଲେଖା ୱିକେଟ ନେଇଥିଲେ । ଏହି ମ୍ୟାଚରେ ସୁନିଲ ଗାଭାସ୍କରଙ୍କ ୫୪ ବର୍ଷର ରେକର୍ଡ଼ ଭାଙ୍ଗିଛନ୍ତି ଭାରତୀୟ ଟେଷ୍ଟ ଅଧିନାୟକ ଶୁବମାନ ଗିଲ । ଗୋଟିଏ ଟେଷ୍ଟ ମ୍ୟାଚରେ ସର୍ବାଧିକ ରନ ସଂଗ୍ରହ କରିବାର ରେକର୍ଡ ଗାଭାସ୍କରଙ୍କ ନାମରେ ଥିଲା । ୧୯୭୧ରେ ସେ ୱେଷ୍ଟଇଣ୍ଡିଜ ବିପକ୍ଷରେ ୩୪୪ ରନ କରିଥିଲେ । ଗିଲ୍ ବର୍ମିଂହାମ ଟେଷ୍ଟରେ ତାହାକୁ ଅତିକ୍ରମ କରି ୪୩୦ରନ କରିଛନ୍ତି । ପ୍ରଥମ ଇନିଂସରେ ସେ ୩୮୭ ବଲରେ ୨୬୯ ରନର ଇନିଂସ ଖେଳିଥିଲେ । ୨ୟ ଇନିଂସରେ ଗିଲ ଅପରାଜିତ ୧୬୧ ରନର ପାଳି ଖେଳିଛନ୍ତି । ଗିଲ ମଧ୍ୟ ଭାରତର ତୃତୀୟ ଟେଷ୍ଟ କ୍ୟାପ୍ଟେନ ଭାବେ ଉଭୟ ଇନିଂସରେ ଶତକ ମାରିବାର ରେକର୍ଡ କ୍ଲବରେ ସାମିଲ ହୋଇଛନ୍ତି । ତାଙ୍କ ପୂର୍ବରୁ ୧୯୭୮ରେ ସୁନୀଲ ଗାଭାସ୍କର ୱେଷ୍ଟଇଣ୍ଡିଜ ବିପକ୍ଷ କୋଲକାତା ଟେଷ୍ଟରେ ଓ ୨୦୧୪ରେ ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ଆଡିଲେଡ ଟେଷ୍ଟର ଉଭୟ ଇନିଂସରେ ଶତକ ମାରିଥିଲେ । ଏବେ ଗିଲ ଏଜବାଷ୍ଟନରେ ଇଂଲଣ୍ଡ ବିପକ୍ଷ ଟେଷ୍ଟର ଉଭୟ ଇନିଂସରେ ଶତକ ମାରିଛନ୍ତି ।