ଇନ୍ଦୁପୂର୍ଣ୍ଣିମା ଓ ଭାଗବତ ଜନ୍ମୋତ୍ସବ ପାଳିତ

 ଦାନଗଦୀ : ଦାନଗଦୀ ବ୍ଲକ୍ ବିଭିନ୍ନ ଗାଁ ପଲ୍ଲୀରେ ଭାଗବତ ଜନ୍ମୋତ୍ସବ ଓ ଇନ୍ଦୁପୂର୍ଣ୍ଣିମା ପାଳିତ ହୋଇଯାଇଛି  । ଏହି ଅବସରରେ ଭାଗବତ ଟୁଙ୍ଗୀ, ଠାକୁରଘରମାନଙ୍କରେ ଭାଗବତ ପାଠ ହୋଇଥିବା ଦେଖିବାକୁ ମିଳିଥିଲା  । ମଙ୍ଗଳପୁର ପଞ୍ଚାୟତ ଖରଡ଼ି ଗାଁରେ ଥିବା ଶ୍ରୀଜଗନ୍ନାଥ ଭାଗବତ ଟୁଙ୍ଗୀରେ ସମସ୍ତ ସଦସ୍ୟା, ସଦସ୍ୟ ସାମୁହିକ ଭାଗବତ ପାଠ କରିଥିଲେ  । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୋଠଘରେ ମଦନ ମୋହନ ପ୍ରଧାନ ସଂକଳ୍ପରେ ବସିଥିଲେ  । ପଣ୍ଡିତ ଅଜିତ ପଣ୍ଡା ନୀତିରୀତି ଅନୁସାରେ ଯଥାବିଧି ପୂଜାପାଠ କରିଥିବା ବେଳେ ମନୋଜ ଦାସ, ନରହରି ବଟ, ସୁଦର୍ଶନ ମହାନ୍ତି, ଦିଲ୍ଲୀପ ଦାସ, ହାଡ଼ିବନ୍ଧୁ ଦାସ, ଶ୍ୟାମ ପରିଡ଼ା, ଅନାମ ପରିଡ଼ା, ସୁବାଷ ବଟ, ଦୁଃଶାସନ ପରିଡା, ସୁରେନ୍ଦ୍ର ବେହେରା, ସଞ୍ଜୟ ପରିଡା, ନୀଳମଣି ବଟ, ନିମାଇଁ ଜେନା, ଡ. ସନାତନ ଗେଡି ପ୍ରମୁଖଙ୍କ ସହ ମାମାନେ ଉପସ୍ଥିତ ରହି ଭାଗବତ ପଠନ କରିଥିଲେ  । ସେହିପରି କଣ୍ଟିପୁର, ଚିତ୍ରୀ ଗାଁରେ ଭାଗବତ ଜନ୍ମୋତ୍ସବ ପାଳନ ହୋଇଥିଲା  ।