ଜାଲ୍ ସମବାୟ ସମିତିରେ ଜାଲ୍ ସମ୍ପାଦକ: କମିଶନ ଆତ୍ମସାତର ତଦନ୍ତ ନିଦେ୍ର୍ଦଶ
ବିଞ୍ଝାରପୁର : ଜାଲ ସମବାୟ ସମିତିକୁ ଜାଲ ସମ୍ପାଦକ ହୋଇ ଲକ୍ଷାଧିକ ଟଙ୍କା ଆତ୍ମସାତ କରିବା ଭଳି ଅଭିଯୋଗ ପରେ ବିଡ଼ିଓଙ୍କୁ ତଦନ୍ତ ନିଦେ୍ର୍ଦଶ ଦେଇଛନ୍ତି ଉପଜିଲାପାଳ । ଜାଲିଆତି ଭଳି ଘଟଣା ବିଞ୍ଝାରପୁର ଅଞ୍ଚଳରେ ପ୍ରମୁଖ ଆଲୋଚନାର ବିଷୟ ପାଲଟିଛି । ଖବର ମତେ ମତେ ବିଞ୍ଝାରପୁର ବ୍ଲକ କଏଣା-ରଘୁନାଥପୁର ପଞ୍ଚାୟତ ନରୁଆ ଗ୍ରାମର ରିଟେଲର ନାରାୟଣ ଯେନା ଜାଲ ସମବାୟ ସମିତି ଗଠନ କରି ଜାଲ ସମ୍ପାଦକ ହୋଇ ଲକ୍ଷାଧିକ ଟଙ୍କା କମିଶନ ଆତ୍ମସାତ କରିଥିବା ଉପ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ଉପଜିଲାପାଳ ବିଡ଼ିଓଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ।
ଅଭିଯୋଗରୁ ପ୍ରକାଶ ଯେ ନରୁଆ ଗ୍ରାମର ରିଟେଲର ନାରାୟଣ କାଗଜପତ୍ରରେ ନରୁଆ ବହୁମୁଖୀ ସେବା ସମବାୟ ସମିତି ଗଠନ କରି ନିଜେ ତାର ସମ୍ପାଦକ ରହି ପଞ୍ଚାୟତର ପିଡ଼ିଏସ ସାମଗ୍ରୀର କମିଶନ ନିଜ ବ୍ୟାଙ୍କ ଜମାଖାତାକୁ ନେଇ ଦୀର୍ଘ ବର୍ଷ ହେଲା ଆତ୍ମସାତ କରିଆସୁଛନ୍ତି । ସରକାରଙ୍କ ନିୟମ ଅନୁଯାୟୀ ପରିବାରରେ କୌଣସି ଲୋକ ସରପଞ୍ଚ କି ସମିତିସଭ୍ୟ ଥିଲେ ପରିବାରର ଅନ୍ୟସଦସ୍ୟ ରିଟେଲର ରହିପାରିବେନି । ହେଲେ ଏଠି ବ୍ୟତିକ୍ରମ ଘଟିଛି । ନାରାୟଣଙ୍କ ପନôୀ ନିଶିପ୍ରଭା କଏଣା-ରଘୁନାଥପୁର ପଂଚାୟତର ସରପଞ୍ଚ ଅଛନ୍ତି । ଏପରି ସ୍ଥଳେ ଗୋଟେ ତାଙ୍କ ସ୍ୱାମୀ କିଭଳି ରିଟେଲର ରହିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଥିବା ଅନ୍ୟପଟେ ପଞ୍ଚାୟତରେ କୌଣସି ସ୍ଥାନରେ ନରୁଆ ବହୁମୁଖୀ ସେବା ସମବାୟ ସମିତି ନଥିଲା ବେଳେ ଜାଲ କାଗଜପତ୍ର ପ୍ରସ୍ତୁତକରି ନିଜେ ତାର ସମ୍ପାଦକ ସାଜି ଲକ୍ଷାଧିକ ଟଙ୍କା ରିଟେଲର କମିଶନ ନିଜ ଏକାଉଣ୍ଟ ଜରିଆରେ ଆତ୍ମସାତ କରିଛନ୍ତି । ସେହିପରି ପଞ୍ଚାୟତରେ ନାରାୟଣ ଏକାକି ରିଟେଲର ଥାଇ ଗ୍ରାହକଙ୍କୁ ନାଲିଆଖି ଦେଖାଉଥିବା ଗ୍ରାହକ ସଂଜୟ କୁମାର ମଲିକ ଓ ନିର୍ମଳ କୁମାର ଯେନାଙ୍କ ସମେତ ବହୁ ଲୋକ ଉପ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଉପ ଜିଲାପାଳଙ୍କ ଚିଠି ନଂ/୭୭ଅନୁଯାୟୀ ବିଡ଼ିଓଙ୍କୁ ତଦନ୍ତକରି ରିପୋର୍ଟ ପ୍ରଦାନ ନିଦେ୍ର୍ଦଶ ଦେଇଛନ୍ତି । ତେବେ ଏସମ୍ପର୍କରେ ରିଟେଲର ନାରାୟଣଙ୍କୁ ପଚାରିବାରୁ ସମବାୟ ସମିତି ନାମରେ କୌଣସି ବ୍ୟାଙ୍କରେ ଏକାଉଣ୍ଟ ନଥିବାରୁ ସେ ତାଙ୍କ ବ୍ୟକ୍ତିଗତ ଆକାଉଂଟରେ ଟଙ୍କା ନେଇଥିବା କହିଛନ୍ତି । ତଦନ୍ତ ରିପୋର୍ଟ କ’ଣ ହେଉଛି, ଉପଜିଲାପାଳ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି, ତାହା ଉପରେ ରହିଛି ସଭିଁଙ୍କ ନଜର ।