ବିଦାୟକାଳୀନ ସମ୍ବର୍ଦ୍ଧନା 

 ଯଖପୁରା: ଦାନଗଦୀ ଶିକ୍ଷା ମଣ୍ଡଳ ଅଧୀନସ୍ଥ କହ୍ନେୟା ନନ୍ଦ ବ୍ରହ୍ମଚାରୀ ୟୁପି ସ୍କୁଲରେ ଅବସରକାଳୀନ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଛି । ସମ୍ବର୍ଦ୍ଧନା ସଭାରେ କାର୍ଯ୍ୟରତ ସହକାରୀ ଶିକ୍ଷକ ମନୋଜ ପୃଷ୍ଟିଙ୍କୁ ତାଙ୍କ କାର୍ଯ୍ୟକାଳରୁ ଅବସର ଗ୍ରହଣ କରିଛନ୍ତି । ମନୋଜ ପୃଷ୍ଟି ଏକା ଧାରରେ ଶିକ୍ଷକ ଥିବା ସହିତ ଜଣେ ସମୟାନୁବର୍ତିତ, ଛାତ୍ରବାତ୍ସଲ୍ୟ ଶିକ୍ଷକ ଥିଲେ । ନିଜର ଶିକ୍ଷକତା ପାଇଁ ସେ ସବୁଦିନ ମନେ ରହିବେ ବୋଲି ଛାତ୍ରଛାତ୍ରୀ ମାନେ କହିଛନ୍ତି । ଅବସର ସମ୍ବର୍ଦ୍ଧନା ସଭାରେ ଅତିଥି ଭାବେ ରବି ନାରାୟଣ ଶତପଥୀ, ସୋମନାଥ ଶରଣ, ଉଦୟ ଶଙ୍କର ରାଉତ, କିଶୋର ଶତପଥୀ, ପ୍ରତାପ ଓତା, ଶ୍ରୀଧର ଶତପଥୀ, ନାରାୟଣଚନ୍ଦ୍ର ପରିଡା, ମୋହନ ଓଝା, ସନ୍ତୋଷ ସାହୁ, ବିଜୟ ରାଉତ, ସୁରେନ୍ଦ୍ର ବାରିକ, ନିର୍ମଳ ଚନ୍ଦ୍ର ବେହେରା, ଜୟରାମ ମଲ୍ଲିକ, ଶୀତଳ ଶା, ପୁଷ୍ପାଞ୍ଜଳୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଧାନଶିକ୍ଷକ ନିର୍ମଳ ଚନ୍ଦ୍ର ବେହେରା ସଭାପତି ଭାବେ ପରିଚାଳନା କରିଥିଲେ ।