ଆର୍ଏସ୍ଏସ୍ ଖଣ୍ଡର ଶତାବ୍ଦୀ ବର୍ଷ ସ୍ୱାଗତ ସଞ୍ଜଳନ
ବଡ଼ଚଣା : ଆର୍ଏସ୍ଏସ୍ର ଶହେ ବର୍ଷ ପୂରଣ ଅବସରରେ ବଡ଼ଚଣା ଖଣ୍ଡ ପକ୍ଷରୁ ଏକ ପଦ ଯାତ୍ରା ଆୟୋଜିତ ହୋଇଯାଇଛି । ୧୦୦ ବର୍ଷ ତଳେ ୧୯୨୫ ମସିହା ସେପ୍େଟମ୍ବର ୨୬ ରିଖ ବିଜୟାଦଶମୀରେ ରାଷ୍ଟ୍ରର ସେବା ପାଇଁ ଦେଶର ଏକ ମାତ୍ର ଶାଖା ଭାବେ ପ୍ରଥମ ସରସଙ୍ଘ ଚାଳକ ଡ. କେଶବ ବଳିରାମ୍ ହେଡ୍ଗୋୱାର୍ଙ୍କ କରକମଳରେ ସ୍ଥାପିତ ହୋଇଥିଲା । ସମଗ୍ର ଦେଶରେ ଆସନ୍ତା ଏକ ବର୍ଷ ଧରି ଦେଶରେ କୋଣ ଅନୁକୋଣରେ ପଥ ସଞ୍ଜଳନ ଅନୁଷ୍ଠିତ ହେବାକୁ ସଂଘ ନିଷ୍ପତ୍ତି ନେଇଛି । ଏହି ଅବସରରେ ଚଣ୍ଡିଖୋଲ ବିଜୁ କଲ୍ୟାଣ ମଣ୍ଡପ ଠାରେ ବଡ଼ଚଣା ଖଣ୍ଡ ଆନୁକୂଲ୍ୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୨୦୦ଜଣ ଗଣ ବେଶଧାରୀ ସ୍ୱୟଂ ସେବକ ପାରମ୍ପରିକ ଘୋଷ ସହିତ ପଦ ସଞ୍ଚାଳନ କରିଥିଲେ । ଚଣ୍ଡିଖୋଲ ଛକ ପରିକ୍ରମା ପରେ ଶାରୀରିକ ପ୍ରଦର୍ଶନ ବ୍ୟକ୍ତିଗତ ଗୀତ ଓ ସୁଭାଷିତ ପାଠ, ମଞ୍ଚ କାର୍ଯ୍ୟକ୍ରମ ହୋଇଥିଲା । ଓଡ଼ିଶା ପ୍ରାନ୍ତ ପ୍ରଚାରକ ସର୍ବେଶ୍ୱର ବେହେରା ମୁଖ୍ୟବକ୍ତା ଓ ବିଶିଷ୍ଟ ପଣ୍ଡିତ ବିଜୟ କର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ଖଣ୍ଡ ସଂଘ ଚାଳକ ଅକ୍ଷୟ ଗୋଚ୍ଛାୟତ, ଖଣ୍ଡ କାର୍ଯ୍ୟବାହ ବ୍ରଜ ସୁନ୍ଦର ମହାପାତ୍ର ସମ୍ମାନିତ ଅତିଥି ଓ ଜିଲ୍ଲାର ବରିଷ୍ଠ କାର୍ଯ୍ୟକର୍ତ୍ତା ବଟକୃଷ୍ଣ ଜେନା ଯୋଗ ଦେଇଥିଲେ । ନିମନ୍ତ୍ରିତ ଅତିଥି ଭାବେ ବଡ଼ଚଣା ବିଧାୟକ ଅମର ନାୟକ, ଜିଲ୍ଲା ବିଜେପି ସଭାପତି ଦେବଜାନୀ ପ୍ରଧାନ, ସାହିତି୍ୟକ ଅଶୋକ ସାମଲ, କ୍ଷୀରୋଦ୍ ଚନ୍ଦ୍ର ମାହାଲାଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ସହପ୍ରାନ୍ତ ପ୍ରଚାରକ ଅସିତ୍ ସାହୁ ସଞ୍ଚଳନ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିବା ବେଳେ ମୁଖ୍ୟଶିକ୍ଷକ ଭାବେ ଗଙ୍ଗା ପ୍ରସାଦ ପରିଡ଼ା ଏବଂ ପ୍ରାର୍ଥନା ପ୍ରମୁଖ ଭାବେ ଅମିତାଭ୍ ବେହେରା ଦାୟିତ୍ୱ ସମ୍ପାଦନ କରିଥିଲେ । ଜିଲ୍ଲା ପ୍ରଚାରକ ମନୋଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।