ଇନ୍ଦୁୁପୂର୍ଣ୍ଣିମା ଓ ଭାଗବତ ଜନ୍ମୋସôବ ପାଳିତ

ଭଣ୍ଡାରିପୋଖରୀ:  ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ଭାଗବତ ଟୁଙ୍ଗୀରେ ରବିବାର ଇନ୍ଦୁପୂର୍ଣ୍ଣିମା ଅବସରରେ ଭାଗବତ ଜନ୍ମୋସôବ ପାଳନ କରାଯାଇଛି । ମହାପୁରୁଷ ଅତିବଡ଼ି ଜଗନ୍ନାଥ ଦାସ ଇନ୍ଦୁପୂର୍ଣ୍ଣିମାରେ ଭାଗବତ ରଚନା ସମ୍ପୁର୍ଣ୍ଣ କରିଥିବା ସ୍ମୃତିରେ ଭାଗବତ ଜନ୍ମୋସôବ ପାଳନ କରାଯାଇଛି । ଏହି ଉପଲକ୍ଷେ ସରସଦା ଭାଗବତ ଟୁଙ୍ଗୀ ପରିଚାଳନା କମିଟି ଆନୁକୂଲ୍ୟରେ ସକାଳେ ଉପସଭାପତି ଉମାକାନ୍ତ ପାତ୍ରଙ୍କ ଦ୍ୱାରା କଳସ ପୂଜନ କରାଯାଇଥିଲା । ଦ୍ୱାଦଶ ସ୍କନ୍ଧ ଭାଗବତର ସୂଚୀ ଅଧ୍ୟାୟ ପଠନ ସମାପ୍ତ କରାଯିବା ସହ ଆଗାମୀ ବର୍ଷ ପାଇଁ ଭାଗବତ ପଠନ ଆରମ୍ଭ କରାଯାଇଥିଲା । ପୂଜକ ରାମଚନ୍ଦ୍ର ପତି ଭାଗବତ ପଠନ କରି ସ୍ରୋତାଙ୍କୁ ଭାବାର୍ଥ ବୁଝାଇଥିଲେ । ସହ ଆଗାମୀ ବର୍ଷ ପାଇଁ ଭାଗବତ ପଠନ ଆରମ୍ଭ କରାଯାଇଥିଲା । ମଧ୍ୟାନ୍ନରେ ଆରତୀ, ପୂର୍ଣ୍ଣାହୂତି, ପୁଷ୍ପାଞ୍ଜଳୀ ଓ ବଡଭୋଗ ଲାଗି ହୋଇଥିଲା । ସ୍ରୋତାମାନେ ଭାଗବତ ଶ୍ରବଣ କରି ମଧ୍ୟାନ୍ନରେ ପ୍ରସାଦ ସେବନ କରିଥିଲେ । ଏହି ଅବସରରେ ନାମସଙ୍କିତ୍ତନ ଅନୁଷ୍ଠିତ ହୋଇଥିଲା । ଭାଗବତ ଟୁଙ୍ଗି ପରିଚାଳନା କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ୩୯ତମ ଆଧ୍ୟାତ୍ମିକ ଉସôବ ପାଇଁ ଗ୍ରାମବାସୀମାନେ ସହଯୋଗ କରିଥିଲେ । ସେହିପରି ବରାହନୂଆପଡା ଗ୍ରାମର ମା’ବୁଢ଼ି ଜାଗୁଳାଇ ଭାଗବତ ଟୁଙ୍ଗୀ ପକ୍ଷରୁ ଭାଗବତ ପାଠ ଓ ହରିହାଟ ଅନୁଷ୍ଠିତ ହୋଇଯାଇଛି । ଭାଗବତ ପ୍ରେମୀ ବାସନ୍ତି ନାୟକଙ୍କ ସଂଯୋଜନାରେ ପୂଜକ କାଳନ୍ଦୀ ଦାଶ ଭାଗବତ ଗାଦି ପୂଜାର୍ଚ୍ଚନା କରାଯାଇଥିଲା । ୬୪ ଜଣ ଭାଗବତ ପ୍ରେମୀ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଭାଗବତ ପାଠ କରିଥିଲେ । ଗ୍ରାମ ସଙ୍କିର୍ତ୍ତନ ମଣ୍ଡଳୀ ପକ୍ଷରୁ ନାମ ସଙ୍କିର୍ତ୍ତନ ଓ ଭଜନ ଜଣାଣ ପରିବଷେଣ କରାଯାଇଥିଲା । ସାନଶାସନ ପଞ୍ଚାୟତର ତେନ୍ତୁଳିଆ ଠାରେ ବା‚ାନିଧି ମାଝୀଙ୍କ ଦ୍ୱାରା ପ୍ରତିଷ୍ଠିତ ଭାଗବତ ଟୁଙ୍ଗୀର ୧୧୫ ତମ ଉସôବ ପାଳିତ ହୋଇଥିଲା । ଏହି ଉପଲକ୍ଷେ ଭାଗବତ ମାହତ୍ମ୍ୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ବାବଲପୁର ଭାଗବତ ଟୁଙ୍ଗୀ, ମଣିନାଥପୁର ନୂଆସାହି ଭାଗବତ ଟୁଙ୍ଗୀରେ ଭାଗବତ ଜନ୍ମୋସôବ ଭାବଭକ୍ତି ସହକାରେ ପାଳନ ହୋଇଛି ।