ଗୁଣ୍ଡିଚା ଯାତ୍ରା ପାଇଁଁ ଚଳଚଞ୍ଚଳ ବଳଦେବ ପୀଠ
ଭଣ୍ଡାରିପୋଖରୀ,: ଦୀର୍ଘ ୫୩ର୍ଷ ପରେ ପବିତ୍ର ଗୁଣ୍ଡି· ଯାତ୍ରା ସହିତ ମହାପ୍ରଭୁଙ୍କ ନବ ଯୌବନ ଦର୍ଶନ ଓ ନେତ୍ରୋତ୍ସବ ଅନୁଷ୍ଠିତ ହେଉଛି । ତେଣୁ ଶ୍ରୀକ୍ଷେତ୍ର ପୁରୀ ସମେତ ଓଡ଼ିଶାର କୋଣ ଅନୁକୋଣରେ ଥିବା ଜଗନ୍ନାଥ ପୀଠ ଗୁଡିକରେ ରଥ ନିର୍ମାଣ ସହିତ ଗୁଣ୍ଡି· ଯାତ୍ରା ପାଇଁଁ ଅନ୍ୟାନ୍ୟ ପ୍ରସ୍ତୁତି ମଧ୍ୟ ଯୁଦ୍ଧ କାଳୀନ ଭିତ୍ତିରେ ·ଲିଛି । ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକର ମଞ୍ଜୁରୀ ସ୍ଥିତ ପ୍ରସିଦ୍ଧ ବଳଦେବଜୀଉଙ୍କ ପୀଠରେ ରଥଯାତ୍ରା ପ୍ରସ୍ତୁତି ଆରମ୍ଭ ହୋଇଛି । ମନ୍ଦିର କମିଟି ପକ୍ଷରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଉତ୍ସବ ପାଇଁଁ ନୀତି ନିର୍ଘଣ୍ଟ ମଧ୍ୟ ଚୂଡାନ୍ତ ହୋଇଛି । ଜୁଲାଇ ୭ତାରିଖ ରଥଯାତ୍ରା ଦିନ ସକାଳ ୬ଟାରୁ ପ୍ରାତଃ ଆଳତୀ, ହୋମ ଓ ନେତ୍ର ପ୍ରଦାନ କାର୍ଯ୍ୟ ଅନୁଷ୍ଠିତ ହେବ । ଏହାସହିତ ଷୋଡ଼ଶ ଉପ·ର ପୂଜା ଓ ଦୈନିକ ପ୍ରସାଦ ନୀତି ପରେ ସ୍ୱଳ୍ପ ସମୟ ପାଇଁଁ ପହଡ଼ ପଡ଼ିବ । ପରେ ଠାକୁରମାନଙ୍କୁ କମର ଘସ ସହିତ ବସ୍ତ୍ର ପରିଧାନ ଓ ଅନ୍ୟାନ୍ୟ ପ୍ରସ୍ତୁତି ହୋଇ ମହାପ୍ରଭୁ ରଥାରୁଢ ହେବେ । ସନ୍ଧ୍ୟା ୭ଟାରୁ ମାଉସୀ ଘର ଅଭିମୁଖେ ରଥ ଟଣା କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାଯାଇଛି ।