ଇସ୍ରୋର ଯାତ୍ରା ଉପରେ ସେମିନାର


ାା ପ୍ରଭାନୁ୍ୟଜ୍ ।ା ଜଟଣୀ: ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ୨୩ ଅଗଷ୍ଟ ୨୦୨୪ ରେ ପ୍ରଥମ ଜାତୀୟ ମହାକାଶ ଦିବସ ପାଳନ କରି ରାଷ୍ଟ୍ର ସହ ଯୋଗ ଦେଇ ଗତ ବର୍ଷ ଚନ୍ଦ୍ରଯାନ-୩ ମିଶନରେ ଭାରତର ସଫଳତାକୁ ସ୍ମରଣ କରିଥିଲା । ଉସôବର ଏକ ଅଂଶ ଭାବରେ ପ୍ରତିଷ୍ଠାନ ପକ୍ଷରୁ ‘ଚନ୍ଦ୍ରଯାନ-୩ ଏବଂ ଆଦିତ୍ୟ- ଏଲ୧ ମିଶନ୍: ଚନ୍ଦ୍ର ଏବଂ ସୂର୍ଯ୍ୟ ଅଧ୍ୟୟନ ପାଇଁ ଇସ୍ରୋର ଅଭୂତପୂର୍ବ ଯାତ୍ରା’ ଉପରେ ଏକ ସେମିନାର ଆୟୋଜିତ ହୋଇଥିଲା । ଏହି ଅବସରରେ, ଇସ୍ରୋର ଡକ୍ଟର  କୁଲଦୀପ ନେଗି ନିଜର ଅଭିଜ୍ଞତା ଉଲ୍ଲେଖ କରିଥିଲେ । ସମ୍ପ୍ରତି ବେଙ୍ଗାଲୁରୁର ଭାରତୀୟ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ର ୟୁ.ଆର. ରାଓ ସାଟେଲାଇଟ ସେଣ୍ଟର (ଯୁଆରଏସସି)ରେ ଫ୍ଲାଇଟ ଡାଇନାମିକସ ଗ୍ରୁପରେ ସେକ୍ସନ ହେଡ୍ ତଥା ଚନ୍ଦ୍ରଯାନ-୪ରେ ଆସୋସିଏଟ୍ ପ୍ରୋଜେକ୍ଟ ଡ଼ାଇରେକ୍ଟର ଭାବେ କାର୍ଯ୍ୟରତ ଡକ୍ଟର ନେଗି ଜିଓ-ସ୍ପେସକ୍ରାଫ୍ଟ, ଇଣ୍ଟରପ୍ଲାନେଟାରୀ ଏବଂ ଚନ୍ଦ୍ର ମିଶନ ପାଇଁ ଟ୍ରାଜେକ୍ଟୋରୀ ଡିଜାଇନ୍ ଦିଗରେ ଦାୟିତ୍ୱ ନିର୍ବାହ କରୁଛନ୍ତି  । ଏହି ସେମିନାରରେ କମ୍ପୋଜିଟ୍ ମଡୁ୍ୟଲ୍ ପାଇଁ ଟାର୍ଗେଟ୍ ଚନ୍ଦ୍ର କକ୍ଷପଥ ଟ୍ରାଜେକ୍ଟୋରୀ ଡିଜାଇନ୍ ଏବଂ ପରେ ଲ୍ୟାଣ୍ଡର ମଡୁ୍ୟଲ୍ ପାଇଁ ମଲ୍ଟି ଫେଜ୍ ଚାଳିତ ଡେସେଣ୍ଟ ଟ୍ରାଜେକ୍ଟୋରୀ ଡିଜାଇନ୍ ବ୍ୟାଖ୍ୟା କରାଯାଇଥିଲା  । ଏହି ଅବସରରେ ଆଇଆଇଟି ଭୁବନେଶ୍ୱରର ନିଦେ୍ର୍ଦଶକ ପ୍ରଫେସର ଶ୍ରୀପଦ କରମଲକର  ଡକ୍ଟ ନେଗିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପ୍ରଫେସର-ଇନ୍-ଚାର୍ଜ (ସେମିନାର୍) ଡକ୍ଟର ବିଜୟକୃଷ୍ଣ କରୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାନର ଅଧ୍ୟାପକବୃନ୍ଦ, କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିଥିଲେ ।