ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକଙ୍କ ତାଲିମ ଶିବିର
କେନ୍ଦ୍ରାପଡା : କେନ୍ଦ୍ରାପଡା ମଣ୍ଡଳ ଶିକ୍ଷାଧିକାରୀଙ୍କ ଅଧୀନରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନେଇ ତିନୋଟି ପର୍ଯ୍ୟାୟରେ ତିନିଶହ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଉଚ୍ଚÿ ପ୍ରାଥମିକ ବର୍ଗର ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ ଶିବିର ଏକକାଳୀନ ଦୁଇଟି ଲେଖାଏ କ୍ୟାମ୍ପ କେନ୍ଦ୍ରାପଡା ପୌରାଞ୍ଚଳ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ମଣ୍ଡଳ ଶିକ୍ଷାଧିକାରୀ କୈଳାସ ଚନ୍ଦ୍ର ଦଳାଇ ଉଦଘାଟନ କରିଥିଲେ । କେନ୍ଦ୍ରାପଡାର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିବନାରାୟଣ ନାୟକ ଓ ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ ହିରଣ୍ୟ ବାରିକ ଉପସ୍ଥିତ ଥିଲେ ଓ ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଉଦଯାପିତ ହୋଇଛି । ଏହି ଦୁଇଟି କ୍ୟାମ୍ପରେ ସମ୍ବଳ ଶିକ୍ଷକ (ଆରପି) ଭାବରେ ଅନନ୍ତ କୁମାର ପରିଡା, ବିଷ୍ଣୁଚରଣ ସାମଲ, ଦେବେନ୍ଦ୍ର ନାୟକ, ପ୍ରଦୀପ୍ତ ଶତପଥୀ, ଅସଗର ଅଲ୍ଲୀ, ଶ୍ରୀଧର ବେହେରା, ଶ୍ରୀଧର ସାହୁ ଓ ବୈଲୋଚନ ସାମଲ ପ୍ରମୁଖ କାର୍ଯ୍ୟରତ ଥିଲେ । ସହଯୋଗ କରିଥିଲେ କିଶୋର ଚନ୍ଦ୍ର ଜେନା, ଅଚୁ୍ୟତାନନ୍ଦ ସାମଲ, ଏମଡି ଗୟାସୁଦ୍ଦିନ । ଶେଷଦିନରେ ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ ବିଦ୍ୟାଳୟରେ ଏହି ତାଲିମ ଶିବିରରେ ଆଲୋଚ୍ୟ ପ୍ରସଙ୍ଗଗୁଡିକୁ କାର୍ଯ୍ୟରେ ଲଗାଇଲେ ପିଲାମାନଙ୍କର ଓ ବିଦ୍ୟାଳୟର ଉନ୍ନତି ହେବ ବୋଲି ମତବ୍ୟକ୍ତ କରିଥିଲେ ।