ଜିଲ୍ଲାସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ପାଳିତ

 ପୁରୀ : ସ୍ଥାନୀୟ ଜିଲ୍ଳା କୃଷି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଳାସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଳାପାଳ ଶରତ ଚନ୍ଦ୍ର ବେହେରା, କୃଷି ଭାରତର ଆତ୍ମା ସଦୃଶ । କୃଷି ଓ ଜୀବନ ପାଇଁ ମୃତ୍ତିକା ମୂଳ ଆଧାର । ଏହାକୁ ସୁସ୍ଥ ଓ ସୁରକ୍ଷିତ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ସେ ପ୍ରକାଶ କରିଥିଲେ । ମଣିଷ ଶରୀର ପରି ମାଟିରେ ମଧ୍ୟ ବିଭିନ୍ନ ଉପାଦାନର ସନ୍ତୁଳନ ଆବଶ୍ୟକ । ତେଣୁ ମୃତ୍ତିକାର ବୈଜ୍ଞାନିକ ପୀକ୍ଷା ନିରୀକ୍ଷା ଓ ସ୍ୱାସ୍ଥ୍ୟ ପରିକ୍ଷା ମାଧ୍ୟମରେ ମୃତ୍ତିକା ସୁରକ୍ଷା ଓ ସଂରକ୍ଷଣ ପାଇଁ ଶ୍ରୀ ବେହେରା ପରାମର୍ଶ ଦେଇଥିଲେ । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଳା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ଦାସ ଜୀବନ ପାଇଁ ଖାଦ୍ୟ ଆବଶ୍ୟକ ଓ ଖାଦ୍ୟ ଉତ୍ପାଦନ ପାଇଁ ମୃତ୍ତିକା ଜରୁରୀ । ବର୍ତ୍ତମାନ ମାଟି ପ୍ରଦୂଷିତ ହେଉଥିବାରୁ ଫସଲ ପ୍ରଭାବିତ ହେଉଛି ।  ପୁରୀ ଜିଲ୍ଳାରେ ପ୍ରାୟ ୭୦ଭାଗ ଜମି ଓ ଏସିଡ଼ିକ୍ ବା ଅମ୍ଳ ପ୍ରଭାବିତ । ଯାହାଫଳରେ ତୈଳ ଓ ଡ଼ାଲିଜାତୀୟ ଫସଲ ଭଲ ହେଉନାହିଁ । ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ମୁଖ୍ୟ ପଶୁସଂପଦ ଅଧିକାରୀ ଡ଼ାକ୍ତର ଶରତ କୁମାର ବେହେରା, ଜିଲ୍ଲା ମସô୍ୟ ଅଧିକାରୀ ବିଭୂତିଭୂଷଣ ରାଉତ, ରାଷ୍ଟ୍ରିୟ କେମିକାଲ ଫର୍ଟିଲାଇଜରର ବରିଷ୍ଠ ପରିଚାଳକ ଇନ୍ଦିରା ମୁଖାର୍ଜୀ, ସାକ୍ଷୀଗୋପାଳ କୃଷି ଅଧିକାରୀ ଅଜୟ କୁମାର କର, ପୁରୀ କୃଷି ଅଧିକାରୀ ସୁଶାନ୍ତ କୁମାର ଦାସ ପ୍ରମୁଖ କହିଥିଲେ ଯେ ଅଣଅନୁମୋଦିତ ଭାବେ ବ୍ୟବହାର ହେଉଥିବା ସାର ଓ କିଟନାଶକ ଯୋଗୁଁ ମୃତ୍ତିକାରେ ପ୍ରାକୃତିକ ପୋଷକତ୍ତ୍ୱର ହାନି ଘଟୁଛି । ଗଛ ପାଇଁ ୧୬ପ୍ରକାର ଖାଦ୍ୟ ଆବଶ୍ୟକଥାଏ । କିନ୍ତୁ ବର୍ତ୍ତମାନ ତାହାର ଅଭାବ ରହୁଛି । ପ୍ରତି ୩ବର୍ଷ ଅନ୍ତରରେ ମାଟିର ସ୍ୱାସ୍ଥ୍ୟ ପରିକ୍ଷା କରିବା, ମାଟିରେ ଥିବା ଅଭାବର ଆବଶ୍ୟକତା ପୂରଣ କରିବା ସଂପର୍କରେ ସେମାନେ ମତ ଦେଇଥିଲେ । ଏ ସଂପର୍କରେ ସମସ୍ତଙ୍କୁ ସଚେତନ କରାଇ ମାଟିର ସ୍ୱାସ୍ଥ୍ୟ ସଠିକ ରଖିବା ଆଜିର ଦିବସର ମୁଖ୍ୟ ଉଦେ୍ଦଶ୍ୟ ବୋଲି ସେମାନେ କହିଥିଲେ । ପୂର୍ବରୁ ଅନୁଷ୍ଠିତ କେତେକ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା । ଶେଷରେ ସସ୍ମିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।