କାୟାକଳ୍ପ ଟିମ୍ର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ
ରାଜକନିକା : କାୟାକଳ୍ପ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି । ଟିମ୍ରେ ଡାକ୍ତର ସୁବାଶିଷ ମହାନ୍ତି, ପିଟ କଲ ଗୋପାଳ ଦାସ ଓ ରାଜ୍ୟ କୋଡିନେଟର ଦେବଜ୍ୟୋତି ମହାପାତ୍ର ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚô ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ବ୍ୟବସ୍ଥା, ୱାର୍ଡ, ପାନୀୟ ଜଳ ବ୍ୟବସ୍ଥା, ରୋଗୀ ମାନଙ୍କୁ ଦିଆଯାଉଥିବା ଖାଦ୍ୟ ବ୍ୟବସ୍ଥା, ସ୍ୱାସ୍ଥ୍ୟ କେନ୍ଦ୍ରର ପରିବେଶ, ଆମ୍ବୁଲାନ୍ସ ସେବା ଓ ସ୍ୱଚ୍ଛତାକୁ ଅନୁଧ୍ୟାନ କରିଥିଲେ ।ଏହି ଅବସରରେ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାର ଡାକ୍ତର ବାଦଲ କୁମାର ମହାନ୍ତି, ବିଏଚଇଓ ତୃପ୍ତି ରାଉତ, ବିପିଏମ ବିଶ୍ୱରଞ୍ଜନ ଜେନା, ବିଡ଼ିଏମ ସୌରଭ କୁମାର ରାଉତ, ବିଏମ ସୁଶାନ୍ତ କୁମାର ସାହୁ, ଏମଆରଏ ଶୁଭ୍ରଜ୍ୟୋତି ବେହେରାଙ୍କ ସମେତ ସମସ୍ତ ଅଧିକାରୀ ଉପସ୍ଥିତ ରହି କାୟାକଳ୍ପ ଟିମ ପରିଦର୍ଶନ କରିବାରେ ସାହାଯ୍ୟ କରିଥିଲେ ।