ଉଚ୍ଛେଦ ଆଳରେ କାଟିଦେଲେ ମୂଲ୍ୟବାନ ଗଛ
ବନ୍ତ : ବର୍ତ୍ତମାନ ସାରା ରାଜ୍ୟରେ ଅତ୍ୟଧିକ ଗରମ ଯୋଗୁ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ସାଧାରଣତଃ ପଥଚାରି ରାସ୍ତାରେ ଯାଉଥିବା ବେଳେ, ଯେତେବେଳ ଗଛଟିଏ ଦେଖେ ନିଜର ଥକା ମେଣ୍ଟାଇବା ପାଇଁ ବିଶ୍ରାମ ନେଇଥାଏ । ଅନେକ ସ୍ଥାନରେ ଅବାଧରେ ଗଛ କାଟିଦେଉଥିବା ବେଳେ, ସରକାର ଏଥିପ୍ରତି ଦୃଷ୍ଟି ଦେଇ ଦୃଢ କାର୍ଯ୍ୟନୁଷ୍ଠାନ ନେଉଥିବା ଦେଖିବାକୁ ମିଳୁଛି । କୋଟି କୋଟି ଟଙ୍କା ଖର୍ଚ୍ଚ କରି ସରକାରଙ୍କ ତରଫରୁ ଅନେକ ସରକାରୀ ଫାଙ୍କା ସ୍ଥାନରେ ବୃକ୍ଷ ରୋପଣକରୁଥିବା ବେଳେ ଅନେକ ସାମାଜିକ ସଂଗଠନ ତରଫରୁ ମଧ୍ୟ ବୃକ୍ଷ ରୋପଣ ଜାରିରହିଥିବା ଦେଖିବାକୁ ମିଳିଛି । କିନ୍ତୁ ପ୍ରଶାସନ ବିରୋଧରେ ଗଛ କଟାକୁ ନେଇ ସାଧାରଣ ଲୋକେ ସ୍ୱର ଉଠାଇଥିବା ବେଳେ, ପୁଲିସର ଧମକ ଦେଇ କାଟିଦେଇଛି ୭୦ ରୁ ଅଧିକ ଦାମିକା ଗଛ । ଏହି ଭଳି ଘଟଣା ଦେଖିବାକୁ ମିଳିଛି ବନ୍ତ ତହସିଲ ଅନ୍ତର୍ଗତ ଓଡଙ୍ଗ ପଞ୍ଚାୟତ ବୋଡକମହାଜିବ ଗ୍ରାମର ମା ବାଟ ମଙ୍ଗଳା ମନ୍ଦିର ନିକଟରେ ଥିବା ସରକାରୀ ଜାଗା ଯାହାକି ଠାକୁରଙ୍କ ନାମରେ ପ୍ରତିବର୍ଷ ପାଉତି କଟାଯାଉଛି । ଉକ୍ତ ସ୍ଥାନରେ ତାଳ, ନଡିଆ, ଶାଗୁଆନ, ଗୁଆ, ଆକାଶି, ସମେତ ବିଭିନ୍ନ ପ୍ରକାର ଫୁଲ ଗଛ ସହିତ ପ୍ରାୟ ୭୦ ରୁ ଅଧିକ ଗଛ ଲଗାଯାଇ ତାକୁ ବାଡ ସହିତ ଆବଦ୍ଧ ରଖାଯାଇଥିଲା । ଏହି ଜାଗା ଉପରେ ଗ୍ରାମର କୌଣସି ବ୍ୟକ୍ତି ଅଭିଯୋଗ ବଳରେ ଉଚ୍ଛେଦ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହି ଘଟଣାକୁ ବିରୋଧ କରି କିଛି ଠାକୁର ପ୍ରେମୀ ଉଚ୍ଚପଦସ୍ତ ଅଧିକାରୀଙ୍କୁ ଜଣାଇବା ସହିତ କୋର୍ଟର ଆଶ୍ରୟ ନେଇଥିଲେ । ଏହି ଘଟଣାକୁ ନେଇ ପ୍ରଶାସନ ସ୍ଥାଣୁ ପାଲଟିଯାଇ ଏକ ପ୍ଲାଟୁନ ପୁଲିସ ସହିତ ଅତିରିକ୍ତ ତହସିଲଦାର, ଛୟାଳସିଂହ ଆରଆଇ, ଆଗରପଡା ଥାନା ଅଧିକାରୀ ସମେତ ଅନ୍ୟ ଅଧିକାରୀ ଉପସ୍ଥିତରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଥିବା ଉଚ୍ଛେଦ ସ୍ଥାନରେ ଗଛକୁ ଜେସିବ ସାହାଯ୍ୟରେ ତାଡି ଦେଇଥିଲା । ଏହି ସ୍ଥାନରେ ଏତେ ସଂଖ୍ୟାର ଗଛ ଥାଇ ଫରେଷ୍ଟର ଉପସ୍ଥିତ ନଥିବା ବେଳେ ଗଛ କଟା ପାଇଁ କୌଣସି ଏନ୍ଓସି ନନେଇ କଣ ପାଇଁ ଗଛ କଟାଗଲା । ଏନେଇ ଆଗରପଡା ଫରେଷ୍ଟର ରାଜକିଶୋର ନାୟକ ପଚାରିବାରୁ ଏ ବିଷୟରେ ଜାଣିନାହୁଁ ଲୋକେ ଫୋନ ଯୋଗେ କହିଥିଲେ ଆରଆଇଙ୍କୁ ନେଇ ତଦନ୍ତ କରିବୁ କହିଲେ । ଗଦାଧର ଜେନା, ଲଷ୍ମୀଧର ବେହେରା, ସଞ୍ଜୟ ଦାସ, ବିଜୟ ବେହେରା, ବାବାଜୀ ବାରିକ, ହୃଷିକେଶ ଜେନା, ଭଗବାନ ବେହେରା, ରବୀନ୍ଦ୍ର ବେହେରା, ଅଶୋକ ଖିଲାର, ବିଜୟ ଜେନା, ରଞ୍ଜନ ଜେନା ସମେତ ଗ୍ରାମବାସୀ ତଦନ୍ତ ପାଇଁ ଦାବିକରିଛନ୍ତି ।