ଉଦଯାପିତ ହେଲା ରଜ ମହୋସବ 

 ଭୁବନେଶ୍ୱର : ତିନି ଦିନ ଧରି ସ୍ଥାନୀୟ ତୋଷାଳୀ ପ୍ଲାଜା ସମ୍ମୁଖରେ ସତ୍ୟ ନଗର ପିପୁଲ୍ସ ଫୋରମ୍ ପକ୍ଷରୁ ଆୟୋଜିତ ହେଉଥିବା ରଜ ମହୋସôବ ଉଦଯାପିତ ହୋଇଯାଇଛି । ପହିଲି ରଜରୁ ଆରମ୍ଭ ହୋଇଥିବା ଏହି ମହୋସôବରେ ବିଭିନ୍ନ ପର୍ଯ୍ୟାୟରେ  ବିଭିନ୍ନ ପ୍ରକାର ନାଚ, ଗୀତ,ଖେଳ ଯଥା ମୁ୍ୟଜିକ୍ ଚେୟାର,ବେଲୁନ ଫୁଟା,ସୁଞ୍ଚି ସୂତା, ୌଡ଼ କୁଦ,କୁଇଜ୍ ପ୍ରତିଯୋଗିତା,ଶଙ୍ଖ ଫୁଙ୍କା,ପିତୃ ଦିବସ ଅବସରରେ ବକôୃତା ପ୍ରତିଯୋଗିତା ଏବଂ ମାଆ ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ପାରମ୍ପରିକ ପିଠା ପଣା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ବହୁ ଉସôାହରର ସହ ସ୍ଥାନୀୟ ଅଞ୍ଚଳର ମା,ମାଉସୀ,ପିଲା ଛୁଆ ଙ୍କ ସମେତ ଆଖପାଖ ଅଞ୍ଚଳରୁ ଅନେକ ଜନସାଧାରଣ ଏହି ଉସôବରେ ଭାଗ ନେଇ ରଜ ଉପଭୋଗ କରିଥିଲେ । ଏଥି ସହିତ ରଜରେ ପ୍ରସ୍ତୁତ ବିଭିନ୍ନ ପ୍ରକାର ପିଠା ପଣା ଓ ପାନ ଖାଇ ବନ୍ଧୁ ପରିଜନମନଙ୍କ ସହିତ ମାଜାମସ୍ତି କରିଥିଲେ । ଶେଷ ଦିନରେ ମୁଖ୍ୟ ଅତିଥିଭାବେ ବିଜେପି ନେତା ଜଗନ୍ନାଥ ପ୍ରଧାନ,ଭୁବନେଶ୍ୱର ମହାନଗର ନିଗମର ବରିଷ୍ଠ କର୍ପୋରେଟର ଅମରେଶ ଜେନା, ବିଶିଷ୍ଟ ସମାଜସେବୀ ରୁଦ୍ର ନାରାୟଣ ସାମନ୍ତରାୟ ଏବଂ ପ୍ରଭାତ ମାର୍ଥା ପ୍ରମୁଖ ଯୋଗ ଦେଇ ବିଭିନ୍ନ ପ୍ରକାର ପ୍ରତିଯୋଗିତାର ଭାଗ ନେଇ ବିଜୟୀ ହୋଇଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଶେଷ ରେ ସମସ୍ତେ ମିଶି ରଜ ପିଠା ଖାଇବା ସହ ରଜ ଗୀତର  ଗୀତ ର ତାଳେ ତାଳେ ନାଚ କରି ଏ ବର୍ଷ ପାଇଁ ରଜ ପର୍ବକୁ ବିଦାୟ ଜଣାଇଥିଲେ ।