ବିକାଶ ମେଳାର ସାଂସ୍କୃତିକ କାର୍ଯ୍ୟକ୍ରମ

 ନବରଙ୍ଗପୁର: ସ୍ଥାନୀୟ ମଣ୍ଡେଇ ପଡିଆ ଠାରେ ଜିଲ୍ଲାସ୍ତରୀୟ ବିକାଶ ମେଳା ଇସ୍ପାତ ଓ ଖଣି, ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉଦ୍ଘାଟନ କରିଛନ୍ତି । ଉଦ୍ଘାଟନ ଦିବସ ପ୍ରଥମ ସନ୍ଧ୍ୟାରେ ପୁରୁଷୋତ୍ତମ କଳା କେନ୍ଦ୍ର, ଓଡ଼ିଶୀ ସଙ୍ଗୀତ ଓ ନୃତ୍ୟ ଦଳ, ଉମରକୋଟର ମାତାଙ୍ଗି ଡାନ୍ସ ଗ୍ରୁପ୍, ଡିଭାଇନ ଡାନ୍ସ ଏକାଡେମୀ, ସାଇରାମ କଳା କେନ୍ଦ୍ରର କଳାକାରମାନେ ନୃତ୍ୟ ପରିବେଷଣ କରିଥିଲେ । ସେହିପରି ଗତକାଲି ସାଂସ୍କୃତିକ କାର୍ଯ୍ୟକ୍ରମରେ ଏକେ ଡାନ୍ସ ଗ୍ରୁପ୍, ସ୍ୱାତିକ ଡାନ୍ସ ଏକାଡେମୀ, ଡିଭାଇନ ଡାନ୍ସ ଏକାଡେମୀ, ଗ୍ରାମଦେବୀ ନୃତ୍ୟଦଳ, ସାଇରାମ୍ କଳାକେନ୍ଦ୍ର ଅନୁଷ୍ଠାନର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସାଂସ୍କୃତିକ ଅନୁଷ୍ଠାନଙ୍କୁ ମଞ୍ଚରେ ସାର୍ଟିଫିକେଟ ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା  । ପ୍ରଥମ ଓ ଦ୍ୱିତୀୟ ଦିବସ ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମରେ ଅତିଥି ରୂପେ ଡିଆଇପିଆର୍ ଓ ମନୋଜ କୁମାର ବେହେରା, ତହସିଲଦାର, ନବରଙ୍ଗପୁର କୈଳାଶ ଚନ୍ଦ୍ର ତ୍ରିପାଠୀ, ଡିସିଓ ଘାଷିଆ ହରିଜନ, ସହକାରୀ ସିଇଓ ଓରମାସ୍ ଉମା ମହେଶ, ଏଡିଡବ୍ଲୁଓ  ଭରତ ଚନ୍ଦ୍ର ସାହୁ ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ ।  ଜିଲ୍ଲା ସଂସ୍କୃତି ବିଭାଗର ଆତ୍ମ ପ୍ରକାଶ ସାହୁ, ଏ ସନ୍ତୋଷ କୁମାର, ନିଳାମ୍ବର ନାୟକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।