ଉପକଣ୍ଠ ମୁହା ଲୁଟେରା ଗ୍ୟାଙ୍ଗ୍; ୨ଟି ଫ୍ଲାଟରୁ ଲୁଟ୍
ଭୁବନେଶ୍ୱର, ୬ା୧୨ : ରାଜଧାନୀରେ ଘଟୁଥିବା ଅପରାଧ, ଲୁଟ୍, ଡକାୟତି, ଛିନତାଇ, ଆପାର୍ଟମେଣ୍ଟ ଲୁଟ୍ ଘଟଣା ପରେ ରାଜଧାନୀରେ ସିପି ଓ ଡ଼ିସିପିଙ୍କ କଡ଼ା ନିଦେ୍ର୍ଦଶ କ୍ରମେ ଆରମ୍ଭ ହୋଇଛି ପୁଲିସର କଡ଼ା ଚେକିଂ, ବ୍ଲକିଂ, ପାଟ୍ରୋଲିଂ । ଫଳରେ ଏବେ ଲୁଟେରା, ଅପରାଧୀ ଓ ନିଶା ମାଫିଆଙ୍କ ଛାତି ଧଡ଼ଧଡ଼ । ଯାହାଫଳରେ ଏବେ ଲୁଟେରା ଗ୍ୟାଙ୍ଗ୍ ସହର ଛାଡି ରାଜଧାନୀର ଉପକଣ୍ଠ ମୁହା ହୋଇଛନ୍ତି । ବିଳମ୍ବିତ ରାତିରେ ବିଭିନ୍ନ ଅଞ୍ଚଳ ବୁଲି ଏକୁଟିଆ ଘର, ବିଲ୍ଡିଂ, ଆପାର୍ଟମେଣ୍ଟ ଦେଖି ବୁଲାଉଛନ୍ତି କଳାକନା । ନେଇଯାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା, ସୁନା ଅଳଙ୍କର । ସେହିଭଳି ଗତକାଲି ରାତିରେ ମଧ୍ୟ ପାହାଳ ଥାନା ଅଞ୍ଚଳରେ ରହିଥିବା ୨ଟି ଆପାର୍ଟମେଣ୍ଟରୁ ବୁଲିଛି କଳାକନା । ନେଇଯାଇଛନ୍ତି ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ନଗଦ ୩୦ ଲକ୍ଷ ଟଙ୍କା । ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ।
ସୂଚନା ଯୋଗ୍ୟଯେ, ଭୁବନେଶ୍ୱର ଉପକଣ୍ଠ ପାହାଳ ଥାନା ଅଧୀନ ହଂସପାଳ ଜଗନ୍ନାଥ ସଡ଼କ ନିକଟରେ ଥିବା ସନରାଇଜ୍ ସରୋବର ଆପର୍ଟମେଣ୍ଟ ରହିଛି । ଗତକାଲି ବିଳମ୍ବିତ ରାତିରେ ଲୁଟେରା ମାନେ ଦୁଇଟି ଫ୍ଲାଟରେ ପଶି କଳକାନ ବୁଲାଇଛନ୍ତି । ୩୦୮ ଓ ୨୦୭ ଫ୍ଲାଟରୁ ପ୍ରାୟ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ୩୦ ଲକ୍ଷ ଟଙ୍କା ଲୁଟ ହୋଇଥିବା ପାହାଳ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗକାରୀ ସରୋଜ କୁମାର ସାହୁ ତାଙ୍କ ପନôୀଙ୍କ ସହ ୨୦୭ ନମ୍ବର ଫ୍ଲାଟରେ ରହୁଥିବା ବେଳେ ୩୦୮ରେ ଜଣେ ମହିଳା ବ୍ୟାଙ୍କ କର୍ମଚାରୀ ରହୁଥିଲେ । କିଛି ଦିନ ହେବ ତାଙ୍କର ଅନ୍ୟତ୍ର ବଦଳି ହେବା କାରଣରୁ ସେ ଘରେ ଅନୁପସ୍ଥିତ ଥିବାର ସୁଯୋଗ ନେଇ ପ୍ରଥମେ ଲୁଟେରା ତାଙ୍କ ଘରୁ ଚୋରି କରିବା ପରେ ସରୋଜ ସାହୁଙ୍କ ଘରକୁ ଟାର୍ଗେଟ କରିଥିଲେ । ଏତଲା ପାଇବା ପରେ ସାଇଣ୍ଟିଫିକ ଟିମ୍ ସହ ଘଟଣା ସ୍ଥଳରେ ପାହାଳ ପୁଲିସ ପହଞ୍ଚିବା ପରେ ତଦନ୍ତ କରିବା ସହ ବିଭିନ୍ନ ସ୍ଥାନରେ ଲାଗିଥିବା ସିସି ଟିଭି ଫୁଟେଜ ଯାଞ୍ଚ କରାଯାଇଛି । ପ୍ରଥମେ ଲୁଟେରା ଉଷା ଏନକ୍ଲେଭରେ ପଶିଥିଲେ ହେଲେ ଲୁଟରେ ବିଫଳ ହେବା ପରେ ସନ୍ ରାଇଜକୁ ଟାର୍ଗେଟ କରିଥିଲେ । ପରେ ୨ଟି ଫ୍ଲାଟରୁ ଲକ୍ଷାଧିକ ଟଙ୍କାର ସୁନା, ରୂପା, ଟଙ୍କା ଓ ଘରୋଇ ସାମଗ୍ରୀ ଲୁଟ୍ କରି ଫେରାର ହୋଇଯାଇଛନ୍ତି । ଏହାର କାରଣ ଉଭୟ ଆପର୍ଟମେଣ୍ଟରେ ସୁରକ୍ଷା ବ୍ୟବସ୍ଥା ଢିଲା ସହ କାହାର ପାଚେରୀ ନଥିବା ହେତୁ ଲୁଟେରାଙ୍କୁ ଲୁଟ କରିବା ପାଇଁ ସହଜ ହେଉଥିବା ସ୍ଥାନୀୟ ଲୋକେ କହିଛନ୍ତି । ଲୋକଙ୍କ କହିବା ପୁଲିସର ରାତ୍ରୀକାଳୀନ ପାଟ୍ରୋଲିଂ କେବଳ ଜାତୀୟ ରାଜପଥ ଭିତରେ ସୀମିତ ରହିବା କାରଣରୁ ଲୁଟେରା ମାନେ ନିର୍ଭୟରେ ବିଭିନ୍ନ ଆପର୍ଟମେଣ୍ଟ ଟାର୍ଗେଟ କରିବା ସହ ଅସ୍ତ୍ରଶସ୍ତ୍ର ସହ ଯୋଜନାବଦ୍ଧ ଭାବେ ଅଞ୍ଚଳରେ ପ୍ରବେଶ କରିବା ସହ ଲୁଟ ଘଟାଇ ସୁରକ୍ଷିତ ଭାବେ ପଳାୟନ କରିବାରେ ସକ୍ଷମ ହେଉଥିବା ବୁଦ୍ଧିଜୀବୀ ମାନେ କହିଛନ୍ତି ।