ଉପକାରାଗାରରେ ରକ୍ଷାବନ୍ଧନ
ତାଳଚେର: ତାଳଚେର ସ୍ୱତନ୍ତ୍ର ଉପକାରାଗାରରେ ତାଳଚେର ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟ ପକ୍ଷରୁ ପବିତ୍ର ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି । ଏହି ରକ୍ଷାବନ୍ଧନ ଉତ୍ସବରେ ସ୍ୱତନ୍ତ୍ର ଉପକାରାଗାରର ଅଧ୍ୟକ୍ଷ ଉପସ୍ଥିତ ଥିଲେ । ସ୍ୱତନ୍ତ୍ର ଉପକାରାଗାରରେ ଥିବା ଅନ୍ତେଃବାସୀ ହାତରେ ରାକ୍ଷୀବାନ୍ଧି ମିଠା ଖୁଆଇ ପରସ୍ପର ସହ ଭାଇଚାରା ସୃଷ୍ଟି କରିବା, ବ୍ୟବହାର ମଣିଷ ପରି ମଣିଷଟିଏ, ସମାଜରେ ସୁନାଗରିକ ହୋଇ ସୁସ୍ଥ ସମାଜ ଗଠନରେ ସହାୟକ ହେବାକୁ ଆହ୍ୱାନ ଦେଇ ସମାଜର ମୁଖ୍ୟସ୍ରୋତେର ସାମିଲ ହେବାପାଇଁ ପରାମର୍ଶ ଦିଆଯାଇଥିଲା । ଏହି ଅବସରରେ ଅନ୍ତେବାସୀଙ୍କୁ କିଛି ସାବୁନ ବଣ୍ଟନ କରାଯାଇଥିଲା । ସଂଘର ସଭାପତି ମଦନମୋହନ ସାହୁ, ସାଧାରଣ ସମ୍ପାଦକ ସୌଭାଗ୍ୟ ନାୟକ, ଉପସଭାପତି ଅଜୟ ନାୟକ, ରୁଦ୍ରମୋହନ ଗଡ଼ନାୟକ, ବାପୁଜୀ ସାମଲ, ବାସୁଦେବ ପ୍ରଧାନ, ନରତମ ସାହୁ, ରାଉତରାଏ ନାଏକ, ଦେବାଶିଷ ପରିଡ଼ା, ଦିଲ୍ଲୀପ ନାଏକ, ସାୟଦ ହୁସେନ୍ ପ୍ରମୁଖ ଉପସ୍ଥିତ ଥିଲେ ।