ରାଜନଗର ବିଡିଓ ଦାୟିତ୍ୱରେ ପଟ୍ଟାମୁଣ୍ଡାଇ ପୌରପରିଷଦ ଅଧିକାରୀ
ାା ପ୍ରଭାନୁ୍ୟଜ୍ାା ରାଜନଗର: ରାଜନଗର ବ୍ଲକ ବିଡିଓ ନିଶାନ ମିଶ୍ରଙ୍କ ବଦଳି ପରେ ସହକାରୀ ନିର୍ବାହୀ ଯନ୍ତ୍ରୀ ସାରଦା ପ୍ରସନ୍ନ ନାୟକଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଜିଲ୍ଲା ପରିଷଦ କାର୍ଯ୍ୟାଳୟ କେନ୍ଦ୍ରାପଡା ପକ୍ଷରୁ ପତ୍ରାଙ୍କ ନଂ- ୪୮୨୦, ତା୫.୧୧.୨୪ରିଖ ଅନୁଯାୟୀ ପଟ୍ଟାମୁଣ୍ଡାଇ ପୈ÷ାରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଜିତ ନାରାୟଣ ପ୍ରସାଦ ଗିରିଙ୍କୁ ନୂତନ ବିଡିଓଙ୍କ ଯୋଗଦାନ ପର୍ଯ୍ୟନ୍ତ ରାଜନଗର ବିଡିଓ ଦାୟିତ୍ୱ ନିର୍ବାହ କରିବାକୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଶ୍ରୀ ଗିରି ବୁଧବାର ଦିନ ବ୍ଲକ କାର୍ଯ୍ୟାଳୟରେ ପହଂଚିବା ପରେ ଶ୍ରୀ ନାୟକ, ଜିପିଇଓ ଧର୍ମେନ୍ଦ୍ରକୁମାର ଦାଶ, କନିଷ୍ଠ ଯନ୍ତ୍ରୀ ପ୍ରଭାତକୁମାର ମାଝି ଓ ଉମାଶଙ୍କର ଦଳେଇ, ଆକାଉଁଟ ଅଫିସର ଅନ୍ନପୂର୍ଣ୍ଣା ବୋଇପାଇ, ପ୍ରମୁଖ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ । ଶ୍ରୀ ଗିରିଙ୍କୁ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ନାୟକ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ବ୍ଲକର ସମସ୍ତ କର୍ମଚାରୀମାନେ ସ୍ୱାଗତ କରିଥିଲେ ।