ଉପକୂଳ ସୁରକ୍ଷା ବାର୍ତ୍ତା ବାଣ୍ଟିଲେ ପୁରାତନ ଛାତ୍ରଛାତ୍ରୀ

 କାକଟପୁର: ଅସ୍ତରଙ୍ଗ ପିରଜାହାନିଆ ଉପକୂଳ ଓଡିଶା ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଏଠିକାର ବେଳାଭୂମି, ଜଙ୍ଗଲ ପରିବେଶ ଭିତରେ ବଣଭୋଜି ସହିତ ସମୁଦ୍ରରେ ଗାଧେଇବା ଏକ ନିଆରା ମଜା । ବର୍ଷ ତମାମ ଏଠି ପର୍ଯ୍ୟଟକ ମାନଙ୍କର ନାହିନଥିବା ଭିଡ଼ ଲାଗି ରହିଛି କିନ୍ତୁ ଶୀତ ଋତୁର ଆଗମନରେ ଏଠି ପ୍ରତ୍ୟେକ ଦିନ ଅସମ୍ଭାଳ ଭିଡ଼ ହୁଏ । ରାଜ୍ୟ ର ବିଭିନ୍ନ ପ୍ରାନ୍ତରରୁ ପର୍ଯ୍ୟଟକ ମାନେ ଆସି ବଣଭୋଜି କରନ୍ତି କିନ୍ତୁ ଭୋଜି ଖାଇସାରିବା ପରେ ଏଠି କୁଢ଼ କୁଢ଼ ଅଳିଆ ଗଦା ହୋଇରହିଯାଏ ଯାହା ଆମ ପରିବେଶ ଓ ଏହି ପରିସଂସ୍ଥାନ ଉପରେ ନିର୍ଭର କରୁଥୁବା ମଣିଷ ଠୁ ଆରମ୍ଭ କରି ବନ୍ୟଜନ୍ତୁ, ବିରଳ ଅଲିଭରିଡଲେ କଇଁଛ ଓ ଅନେକ ସରୀସୃପଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରେ ।  ଏହାର ସୁରକ୍ଷାକୁ ଆଖି ଆଗରେ ରଖି କାକଟପୁର ବ୍ଲକ ଅଧିନସ୍ଥ ବାଜପୁର ଭଗବତୀ ବିଦ୍ୟାପୀଠର ୨୦୦୨ ମସିହା ର ଛାତ୍ରଛାତ୍ରୀ ଏକ ବନ୍ଧୁମିଳନ କରିବା ସହିତ ସମାଜକୁ ଦେଇଛନ୍ତି ନୂଆବାର୍ତ୍ତା  । ଏମାନଙ୍କ ପାଖରେ ଦେଖିବାକୁ ମିଳିଛି ଏକ ଭିନ୍ନ ଚିନ୍ତାଧାରା,  ଅନ୍ୟ ମାନେ ବ୍ୟବହାର କରୁଥିବା ପ୍ଲାଷ୍ଟିକ, ପଲିଥିନ ଆଉ ବିଭିନ୍ନ ଅଦରକାରୀ ବସ୍ତୁ କୁ ଏମାନେ ହାତରେ ଗୋଟେଇ ତାକୁ ଡଷ୍ଟବିନରେ ଜମା କରିଥିଲେ । ଯାହା ଅନ୍ୟଙ୍କ ପାଈଁ ଏକ ସ୍ୱତନ୍ତ୍ର ଉଦାହରଣ ସୃଷ୍ଟି କରିଛି । ଏମାନଙ୍କ ବନ୍ଧୁ ମିଳନ ଯେପରି ନିଆରା, ସେହିପରି ଏମାନଙ୍କ ପରିବେଶ ପାଈଁ ଉତ୍ସାହ ଗୋଟେ ସ୍ୱତନ୍ତ୍ର । କେବଳ ସେତିକି ନୁହେଁ ଲୁଣା ଜଙ୍ଗଲ ଯାହା ପ୍ରାକୃତିକ ଦୁର୍ବିପାକ ରେ ଆମ ଅଞ୍ଚଳ ପାଈଁ ସ୍ୱତନ୍ତ୍ର ସୁରକ୍ଷା ସୃଷ୍ଟି କରେ, ସେଥିପାଇଁ ନିଜ ଗୋଟେ ଗୋଟେ ବୃକ୍ଷ ରୋପଣ କରିବା ସହ ନିଜ ନିଜ ପିଲା ମାନଙ୍କୁ ମଧ୍ୟ ବୃକ୍ଷ ରୋପଣ କରାଇ ସବୁଜ ବଳୟ ସୃଷ୍ଟି କରିବା ପାଈଁ ପରାମର୍ଶ ଦେଇଛନ୍ତି । ସେଥିପାଇଁ ନିଜ ଉପକୂଳ କୁ ସୁରକ୍ଷା ଦେବା ପାଈଁ ଏହି ବନ୍ଧୁଙ୍କ ନିଆରା ସଂକଳ୍ପ ଗୋଟେ ଜନସଚେତନତା କରାଇପାରିବ ବୋଲି ଆଶା କରାଯାଉଛ । କାର୍ଯ୍ୟକ୍ରମକୁ ଅଭୟ ପୃଷ୍ଟି, ଦେବଦତ୍ତ, ସଂଗ୍ରାମ, ଜିତା, ବାସୁଦେବ, ଭାଗିରଥି, ବରୁଣ, ସନ୍ତୋଷ, ରଞ୍ଜନ, ଜୟ ପ୍ରକାଶ, ପିକୁଲୁ ପ୍ରମୁଖ ପରିଚାଳନା କରିଥିଲେ ।