ଭାମଣ୍ଡା କପ୍ କ୍ରିକେଟ: ୨ୟ ଦିନ କନିକା କ୍ଲବ୍ ବିଜୟୀ
ରାଜକନିକା : ରାଜକନିକା ବ୍ଲକ ଭାମଣ୍ଡା ନୃସିଂହ ନାଥ କ୍ରିକେଟ କ୍ଲବ ଆନୁକୂଲ୍ୟରେ ମୁକେଶ ପଟ୍ଟନାୟକଙ୍କ ପ୍ରାୟୋଜିତରେ ଚାଲିଥିବା ଜିଲ୍ଲାସ୍ତରୀୟ ଭାମଣ୍ଡା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୨ ୟ ଦିନ ଖେଳ ଅନୁଷ୍ଠିତ ହୋଇଯାଇଛି । ଦ୍ୱିତୀୟ ଦିନ ଖେଳ କନିକା କ୍ଲବ ରାଜକନିକା ଓ ସିଟି ସ୍ପୋର୍ଟିଂ କ୍ଲବ ଚାନ୍ଦବାଲି ମଧ୍ୟରେ ହୋଇଥିଲା । ଏଥିରେ କନିକା କ୍ଲବ ରାଜକନିକା ଚାନ୍ଦବାଲିକୁ ୧୬୫ ରନରେ ହରାଇ ଦ୍ୱିତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି । କନିକା ପ୍ରଥମେ ବ୍ୟାଟିଂ କରି ୨୫ ଓଭରରେ ୪ ଓି୍ୱକେଟ ହରାଇ ବିଶାଳ ୨୬୦ ରନ କରିଥିବାବେଳେ, ଚାନ୍ଦବାଲି ୧୭.୧ ଓଭରରେ ସମସ୍ତ ଓି୍ୱକେଟ ହରାଇ ମାତ୍ର ୯୫ ରନ କରି ପରାଜୟ ବରଣ କରିଥିଲା । ଏହି ଖେଳରେ କନିକା କ୍ଲବର କିଷାନ ରଥ ମ୍ୟାନ ଅଫ ଦି ମ୍ୟାଚ ହୋଇଥିବାବେଳେ, ବିଭୁତି ଭୂଷଣ ସ୍ୟାଇଁ ଓ ବିଶ୍ୱଜିତ ଆଦିକାରୀ ଖେଳ ପରିଚାଳନା କରିଥିଲୋ ପ୍ରଜ୍ଞାଜିତ ନାୟକ ରିତେଶ ସାମଲ, ଚିରଞ୍ଜିବି ନାୟକ, ଆଶୁତୋଷ ଶତପଥି ମୁକେଶ ନାୟକ ରାହୁଲ ମହାନ୍ତି ଆଦି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।