ଉପମୁଖ୍ୟମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନାର ସମୀକ୍ଷା : ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସନ୍ତୋଷଜନକ

 କଟକ: ଉପମୁଖ୍ୟମନ୍ତ୍ରୀଙ୍କ କନକ ବର୍ଦ୍ଧନ ସିଂହଦେଓ ଆଜି କଟକ ଗସ୍ତରେ ଆସି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସ୍ଥିତି ଓ କାର୍ଯ୍ୟକାରିତା ସମୀକ୍ଷା କରିଛନ୍ତି । ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିବା ବେଳେ କାର୍ଯ୍ୟର ଅଗ୍ରଗତିକୁ ନେଇ ସନ୍ତୋଷବ୍ୟକ୍ତ କରିଛନ୍ତି । କଟକ ଡିସିପି ରିଶିକେଶ ଖିଲାରୀ ଏବଂ ଏସ୍ପି ପ୍ରତୀକ ସିଂହ ଜିଲ୍ଲାର  ବିଭିନ୍ନ ଅଞ୍ଚଳରେ ଆଇନଶୃଙ୍ଖଳା ବିଷୟରେ ଉଲ୍ଲେଖ କରିଥିଲେ ।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ, ଉଦ୍ୟାନ କୃଷି, ମସô୍ୟ ଏବଂ ପ୍ରାଣୀ ସଂପଦ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଶକ୍ତି ଓ ଶିଳ୍ପ କ୍ଷେତ୍ରର ଅଧିକାରୀମାନେ ନିଜ ନିଜ ବିଭାଗର କାର୍ଯ୍ୟକାରିତା ସଂପର୍କରେ ଉପମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଜିଲ୍ଲାର ପ୍ରମୁଖ ବିକାଶମୂଳକ ପ୍ରକଳ୍ପ-ଏସସିବି ମେଡିକାଲ କଲେଜ ହସପିଟାଲ, ଚଣ୍ଡୀମନ୍ଦିର, ସତ୍ୟଭାମାପୁର ସ୍ଥିତ ଉକôଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ ସମେତ ଅନ୍ୟାନ୍ୟ ପ୍ରକଳ୍ପ ବିଷୟରେ ଅବଗତ ହୋଇଥିଲେ । ସେପେଟ ନବୀକରଣ କରାଯାଉଥିବା ସହିଦଭବନ ଓ ବାରବାଟୀ ଫୁଡ୍ କୋଟ ଖୁବ୍ଶୀଘ୍ର ଖୋଲାଯିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ସମୀକ୍ଷା ବୈଠକରେ ଚୌଦ୍ୱାରକଟକ ବିଧାୟକ ସୌଭିକ ବିଶ୍ୱାଳ, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ବାରବାଟୀ କଟକ ବିଧାୟିକା ସୋଫିଆ ଫିଦେ୍ର୍ଦାଷ, ନିଆଳି ବିଧାୟକ ଛବି ମଲ୍ଲିକ, ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନେ୍ଦ, ସିଏମସି କମିଶନର ଅନାମ ଚରଣ ପାତ୍ର, ଅତିରିକ୍ତ ଜିଲ୍ଲାପାଳ ଶିବ ଟପୋଙ୍କ ସମେତ ସମସ୍ତ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ । ସେହିପରି ଉପ ମୁଖ୍ୟମନ୍ତ୍ରୀ ଆସନ୍ତା ୧୩ରେ ବାଲିଯାତ୍ରା ପଡ଼ିଆଠାରେ ଆୟୋଜିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ନାରୀଶକ୍ତି ସମ୍ମିଳନୀ ପ୍ରସ୍ତୁତିର ମଧ୍ୟ ସମୀକ୍ଷା କରିଥିଲେ ।