ଉପ-ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହରିପୁର ବାମନାଳ ରାସ୍ତାର ଶିଳାନ୍ୟାସ
ନିମାପଡା: ପୂର୍ତ୍ତବିଭାଗ ଓଡ଼ିଶା ସରକାରଙ୍କ ଦ୍ୱାରା ପୁରୁଣା ପିପିଲି-କୋଣାର୍କ ରାସ୍ତା ଠାରୁ ହରିପୁର ପର୍ଯ୍ୟନ୍ତ ଭାୟା ବାମନାଳ ରାସ୍ତାର ପ୍ରଶସ୍ତିକରଣ ଓ ଉନ୍ନତିକରଣ ନିମନ୍ତେ ଆଜି ଅପରାହ୍ନରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି ।
ଏହି ପ୍ରକଳ୍ପ ଦ୍ୱାରା ପାଖାପାଖି ୯ ଗୋଟି ପଞ୍ଚାୟତର ଜନ ସାଧାରଣମାନଙ୍କ ଗମନାଗମନ ସୁଗମ ହେବ ଏବଂ ଗ୍ରାମାଞ୍ଚଳରେ ଭିତ୍ତିଭୂମିର ବିକାଶ ସହ ଜନ ସାଧାରଣଙ୍କର ସାମଗ୍ରିକ ବିକାଶ ହେବ ।ଏହି ରାସ୍ତାର ୧୬.୭୦୦ କିମି ପର୍ଯ୍ୟନ୍ତ ଅଟକଳ ମୂଲ୍ୟ ୨୦ କୋଟି ୪୦ ଲକ୍ଷ ୨୨ ହଜାର ୬୭୦ ଟଙ୍କା ବୋଲି ଜଣାପଡ଼ିଛି ।ନିମାପଡ଼ା ରାସ୍ତା ତୁରନ୍ତ କାମ କରାଯିବ ବୋଲି ଉପ ମୂଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଥିଲେ ।ଶିଳାନ୍ୟାସ ଉସôବରେ ବଳଙ୍ଗା ମଣ୍ଡଳ ସଭାପତି ଦେବାଶିଷ ଆଚାର୍ଯ୍ୟ, ସରପଞ୍ଚ ଅଞ୍ଜଳି ପ୍ରଧାନ, ଜୟନ୍ତୀ ବିଶ୍ୱାଳ, ପ୍ରସନ୍ନ ଦାଶ ଓ ଅଧିକ୍ଷଣ ଯନ୍ତ୍ରୀ ସୈାମ୍ୟ ରଞ୍ଜନ ଦ୍ୱିବେଦି, ସହକାରୀ ନିର୍ବାହୀ ଯନ୍ତ୍ରୀ କୁଶାଲ ହେମ୍ରମ ଓ ସହକାରୀ ଯନ୍ତ୍ରୀ ଶକ୍ତି ବ୍ରତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।