ଏଏମ୍ଏନ୍ଏସ୍ ଇଣ୍ଡିଆ ପକ୍ଷରୁ ବନମହୋସବ

 ପାରାଦୀପ: ଆର୍ସଲର ମିତ୍ତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ୍ /ଏନ୍ଏସ୍ ଇଣ୍ଡିଆ) ପକ୍ଷରୁ ପାରାଦ୍ୱୀପଠାରେ ବିଭିନ୍ନ ପ୍ରଭାବଶାଳୀ  ବୃକ୍ଷ ରୋପଣ ଅଭିଯାନ ସହିତ ବନ ମହୋସôବ ୨୦୨୫ ପାଳିତ ହୋଇଯାଇଛି । ଯାହା ପରିବେଶର ଦୀର୍ଘସ୍ଥାୟୀତ୍ୱ ଏବଂ ଗୋଷ୍ଠୀ ନିୟୋଜନ ପ୍ରତି କମ୍ପାନୀର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିଛି । ଏହି ଅଭିଯାନର ଅଂଶବିଶେଷ ଭାବେ ଚଳିତ ବର୍ଷର ବିଷୟବସ୍ତୁ “ମା ପାଇଁ ଗଛ ଟିଏ୨.୦’ ଅନ୍ତର୍ଗତ ଏକ ସାମୂହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଜୁଲାଇ ୭ରେ କୁଜଙ୍ଗ ଫରେଷ୍ଟ ରେଞ୍ଜ ଟିମ୍ ଦ୍ୱାରା ଏଏମ୍/ଏନ୍ଏସ୍ ଇଣ୍ଡିଆ ସହଯୋଗରେ ପାରାଦ୍ୱୀପଗଡ଼ ହାଇସ୍କୁଲରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ)  ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପାରାଦ୍ୱୀପଗଡ଼ର ସରପଞ୍ଚ ସସ୍ମିତା ବେହେରା, କୁଜଙ୍ଗର ଡେପୁଟି ରେଞ୍ଜ ଅଫିସର  କାର୍ତ୍ତିକେଶ୍ୱର ଖଣ୍ଡେଇ, ବରିଷ୍ଠ ଆଇନଜୀବୀ ସଞ୍ଜୟ ବେହେରା, ଏଏମ୍/ଏନ୍ଏସ୍ ଇଣ୍ଡିଆପାରାଦ୍ୱୀପ ପେଲେଟ୍ ପ୍ଲାଣ୍ଟର ମୁଖ୍ୟ ୟୁଏସ୍ଆର୍ ରାଜୁ, ଏଏମ୍/ଏନ୍ଏସ୍ ଇଣ୍ଡିଆପାରାଦ୍ୱୀପ ପେଲେଟ୍ ପ୍ଲାଣ୍ଟର ଅପରେସନ୍ସ ବିଭାଗ ମୁଖ୍ୟ  ସିଏଚ ହରିପ୍ରସାଦ ଏବଂ କମ୍ପାନୀର ଅନ୍ୟାନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ ।