ବିକାଶ ମେଳା ଉପଲକ୍ଷେ କୃଷକ ସମାବେଶ

 ନବରଙ୍ଗପୁର: ମଣ୍ଡେଇ ପଡିଆରେ  ଜିଲ୍ଲାସ୍ତରୀୟ ବିକାଶ ମେଳାରେ ଏକ କୃଷକ ସମାବେଶ ଅନୁଷ୍ଠିତ ହୋଇଛି । ଏହି ଉପଲକ୍ଷେ କୃଷି ବିଭାଗ, ପଶୁସମ୍ପଦ ବିଭାଗ, ମୃତ୍ତିକା ସଂରକ୍ଷଣ ବିଭାଗ, ଉଦ୍ୟାନ ବିଭାଗ ପକ୍ଷରୁ ଅଧିକାରୀ ଯୋଗଦେଇ ନିଜସ୍ୱ ବିଭାଗର ବିଭିନ୍ନ ଯୋଜନାରେ କିଭଳି ଚାଷୀ ଭାଇ ଲାଭ ପାଇପାରିବେ ତା ଉପରେ ଏକ କର୍ମଶାଳାରେ ଭାଗ ନେଇଥିଲେ । କୃଷି ବିଭାଗ ତରଫରୁ ୫୦୦ ଜଣ ଚାଷୀ ଯୋଗଦାନ କରିଥିଲେ । ଏହି ମେଳାରେ ବିଭିନ୍ନ ଯୋଜନା ଯେପରିକି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ପ୍ରଧାନମନ୍ତ୍ରୀ କିସାନ ଯୋଜନା, ମୁଖ୍ୟମନ୍ତ୍ରୀ କିସାନ ଯୋଜନା, ସିଏମ୍ କୃଷକ ଛାତ୍ରବୃତ୍ତି, ପ୍ରାକୃତିକ ଚାଷ, ଶ୍ରୀ ଅନ୍ନ ଅଭିଯାନ, ମୁଖ୍ୟମନ୍ତ୍ରୀ ମକା ମିଶନ, ବୃହତ ଉଠାଜଳସେଚନ ଅଞ୍ଚଳରେ ଫସଲ ବିବିଧିକରଣ ଯୋଜନା, ମୁଖ୍ୟମନ୍ତ୍ରୀ ଫସଲ ବୀମା ଯୋଜନା, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, ଫାର୍ମର ରେଜିଷ୍ଟ୍ରି, ଡିଜିଟାଲ କ୍ରପ ସର୍ଭେ ଇତ୍ୟାଦି ଯୋଜନାର ପ୍ରସାର କରାଯାଇଥିଲା । ଅନ୍ୟ ବିଭାଗୀୟ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରାଯାଇଥିଲା । ପ୍ରଣୟ ମନ୍ତ୍ରୀ କୃଷି ବିଭାଗର ଯୋଜନା ବିଷୟରେ ସଂକ୍ଷିପ୍ତରେ ଆଲୋଚନା କରିଥିଲେ । ମୁଖ୍ୟଅତିଥି ଯଦୁମଣି ନାୟକ, ଅତିରିକ୍ତ ପ୍ରକଳ୍ପ ନିଦେ୍ର୍ଦଶକ  ଯୋଗଦାନ କରିଥିଲେ । ସୁଭେନ୍ଦୁ ବିଶ୍ୱାଳ ଅତିରିକ୍ତ ନିଦେ୍ର୍ଦଶକ ଉଦ୍ୟାନ ବିଭାଗ, ଡ. ଦିଲୀପ କବିରାଥୀ, ଅତିରିକ୍ତ ଜିଲ୍ଲା ପଶୁଚକିତ୍ସା ଅଧିକାରୀ ସନ୍ତୋଷ ବିଶ୍ୱାଳ, ଏପିଡି ମୃତିକା ସଂରକ୍ଷଣ ବିଭାଗ ଓ ଟିକିଓ ପ୍ରକଳ୍ପ ବିଶ୍ୱଜିତ୍ ସାହୁ ଯୋଗଦାନ କରିଥିଲେ ।