ଏଟିଏମ୍ ସେବା ବନ୍ଦ୍ ବ୍ୟାଙ୍କ କର୍ତ୍ତୃପକ୍ଷ ନିରବ
ଆସିକା : ଆସିକା ସହରର ମହାତ୍ମାଗାନ୍ଧୀ ରୋଡରେ ଥିବା ଏସ୍ବିଆଇ ଏଟିଏମ କାଉଣ୍ଟର ଦୀର୍ଘ ମାସ ହେଲା ବନ୍ଦ ହୋଇ ରହିଥିବା ଦେଖିବାକୁ ମିଳୁଛି । ଭାରତୀୟ ଷ୍ଟେଟ ବ୍ୟାଙ୍କ ସେବା ପକ୍ଷରୁ ଲୋକଙ୍କୁ ସହଜ ଟଙ୍କା ଉଠାଣ ନିମନ୍ତେ ଏଟିଏମ୍ ସେବା ଖୋଲା ଯାଇଥିଲା । ଗ୍ରାହକମାନେ ଆଉ ବ୍ୟାଙ୍କକୁ ନଯାଇ ଏହି ଏଟିଏମ୍ରେ ଟଙ୍କା ଉଠାଣ ଏବଂ ଜମା କରିବାର ସୁବିଧା ପାଉଥିଲେ । ବ୍ୟାଙ୍କକୁ ଯାଉ ଲମ୍ବା ଧାଡିରେ ଛିଡା ହୋଇ ସମୟ ନଷ୍ଟ କରିବାକୁ ପଡୁ ନଥିଲା । ପ୍ରାୟ ଦୀର୍ଘ ମାସ ହେଲା ଆସିକା ସହରରେ ଥିବା ମହାତ୍ମା ଗାଡି ରୋଡରେ ଥିବା ଏଟିଏମ୍ କାଉଣ୍ଟର ଦୀର୍ଘ ଦିନ ହେଲା ବନ୍ଦ ହୋଇ ପଡି ରହିଛି । ଏହି ଏଟିଏମ୍ କାଉଣ୍ଟର ବନ୍ଦ ସମ୍ପର୍କରେ ବ୍ୟାଙ୍କ ଅଧିକାରୀଙ୍କୁ ପଚାରିବାରୁ ଆପାତହଃ ଏଟିଏମ୍ ନେଇଥିବା ଠିକା ସଂସ୍ଥାକୁ ଲସ୍ ହୋଇଥିବା କାରଣରୁ ବନ୍ଦ ରହିଛି ବୋଲି ପ୍ରକାଶ କରିଛନ୍ତି । ଷ୍ଟେଟ ବ୍ୟାଙ୍କ କିନ୍ତୁ ଜମାକାରୀଙ୍କ ଠାରୁ ବର୍ଷକୁ ଏଟିଏମ ସେବା ବାବଦକୁ ଜମା ଖାତାରୁ ଟଙ୍କା କାଟୁଥିବା ଦେଖା ଦେଇଛି । ବ୍ୟାଙ୍କ କର୍ତ୍ତୃପକ୍ଷ ଲୋକଙ୍କୁ ଏଟିଏମ ସେବା ନିମନ୍ତେ ଜମାକାରୀଙ୍କୁ ଟଙ୍କା ଉଠାଣର ସୁବିଧା ସୁଯୋଗ ଦେବାକୁ ସାଧାରଣରେ ଦାବି ହେଉଛି ।