ଏଟିଏମ ଅଚଳ, ଗ୍ରାହକ ହନ୍ତସନ୍ତ

ଗୋଲାମୁଣ୍ଡା:  କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସଦରରେ ଥିବା ଦୁଇଟି ଏ.ଟି.ଏମ ଦୀର୍ଘ ତିନି ମାସ ଧରି ଅଚଳ ହୋଇ ପଡିଥିବାରୁ ଲୋକେ ଟଙ୍କା ଉଠାଇ ନ ପାରି ବ୍ୟାଙ୍କ ଉପରେ ନିର୍ଭର କରିବାକୁ ପଡୁଛି । ସୂଚନା ଥାଉ କି ଗୋଲାମୁଣ୍ଡାରେ ଏସ. ବି. ଆଇ ଏବଂ ଏକ୍ସସିସ ବ୍ୟାଙ୍କ ଏଟିଏମ ଥିଲେ ସୁଦ୍ଧା ଦୁଇଟି ଯାକ ଅଚଳ ହୋଇ ପଡିଛି । ଆଖ ପାଖ ପ୍ରାୟ କୋଡିଏ ଟି ଗାଁର ଲୋକମାନେ ଏହି ଏଟିଏମ ଉପରେ ନିର୍ଭର କରନ୍ତି । ନିତାନ୍ତ ଆବଶ୍ୟକ ସମୟରେ ଲୋକେ ଟଙ୍କା ଉଠାଇବାରୁ ବଞ୍ଚିତ ହେଉଛନ୍ତି  । ଦୁଇ ମାସ ପୂର୍ବେ ଏସ. ବି ଆଇ ଏଟିଏମର ମରାମତି କାର୍ଯ୍ୟ କରୁଥିବାର ଦେଖିବାକୁ ମିଳିଥିଲା ଆଜି ଯାଏଁ କାମ ସରିପାରି ନାହିଁ । ଅନ୍ୟ ପଟରେ ଏକ୍ସସିସ ବ୍ୟାଙ୍କ ଏଟିଏମ ବିନା କାରଣରୁ ଅଚଳ ହୋଇ ପଡିବା ଗ୍ରାହକଙ୍କ ପାଇଁ ଦୁର୍ଭାଗ୍ୟ ଜନକ ହୋଇପଡିଛି । ଗୋଲାମୁଣ୍ଡା ଭାରତୀୟ ଷ୍ଟେଟ ବ୍ୟାଙ୍କ ର ବ୍ରାଞ୍ଚ ମେନଜରଙ୍କୁ ଏଟିଏମ୍ ବାବଦରେ ପଚାରିବାରୁ ମରାମତି କାମ ଚାଲିଛି ବୋଲି ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଭିଷଣ ଗୁଳୁଗୁଳି ସହ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଲୋକେ ସକାଳ ୧୦ ଘଣ୍ଟା ପରେ ବାହାରକୁ ବାହାରିବା ସମ୍ଭବ ହୋଉନଥିବା ବେଳେ ବାଧ୍ୟ ହୋଇ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ୍ର ଲାଇନ୍ରେ ଛିଡ଼ା ହେବାକୁ ପଡ଼ୁଛି । ଏଥିପାଇଁ ଟଙ୍କା ଉଠାଇବା ପାଇଁ ଆସୁଥିବା ଗ୍ରାହକଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଉଛି ।