ପୃଥକ୍ ଦୁର୍ଘଟଣା, ୪ ଗୁରୁତର 

 ବୁଗୁଡା :  ବୁଗୁଡ଼ା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ପୃଥକ୍ ପୃଥକ୍ ୩ଟି ଦୁର୍ଘଟଣା ଘଟି ୭ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତରଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି । ପ୍ରକାଶ ଯେ, ତାକରଡା ଗ୍ରାମର ସନ୍ତୋଷ ନାୟକ ଓ ସନ୍ୟାସୀ ନାୟକ ବାଇକ୍ ଯୋଗେ କରସିଙ୍ଗି ଯାଇ ସେଠାରୁ ଫେରୁଥିବା ବେଳେ ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ଆଜ୍ଞା ପ୍ରସାଦ ଗ୍ରାମର ପ୍ରଭାତ ପ୍ରଧାନ ବାଇକ୍ ଯୋଗେ କୌଣସି କାମରେ କରସିଙ୍ଗିକୁ ଯାଉଥିଲେ । ତେବେ ଜେଏକ ଗ୍ରାମଠାରେ ଉଭୟ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଆହତ ତିନି ଜଣଙ୍କୁ ସେଠାରୁ ଉଦ୍ଧାର କରାଯାଇ ବୁଗୁଡା ମେଡିକାଲକୁ ଅଣାଯାଇଥିଲା । ସେଠାରେ ପ୍ରାଥମିକ ଚିକିସôା ପରେ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା । ସେହିପରି ଚିରିକିପଡା ଶାସନ ଗ୍ରାମର ବାବୁଲା ବେହେରା, ବାପି ବେହେରା ଓ ରାଉଳ ବେହରା ତିନିହେଁ ଏକ ବାଇକରେ ବୁଗୁଡା ଅଭିମୁଖେ ଆସୁଥିବା ବେଳେ ଗୋଲିଆ ଗାଁ ଛକରେ ଠିଆ ହୋଇଥିବା ଜଣେ ସ୍କୁଲ ଛାତ୍ର ଓଁ ବେହେରାକୁ ଧକ୍କା ଦେଇଥିଲେ ।

ଦୁର୍ଘଟଣାରେ ସମସ୍ତ ବାଇକ ଆରୋହୀ ଆହତ ହୋଇଥିବା ବେଳେ ଓଁ ସଜ୍ଞାହୀନ ହୋଇ ପଡିଥିଲେ । ଆହତ ସମସ୍ତଙ୍କୁ ବୁଗୁଡା ମେଡିକାଲକୁ ଅଣାଯାଇଥିଲା ଏବଂ ପ୍ରାଥମିକ ଚିକିସôା ପରେ ଓଁ ବେହେରାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା । ଅନ୍ୟପକ୍ଷରେ ମୋଟାବାଡି ଗ୍ରାମର ବଂଶୀଧର ସେଠୀ ବାଇକରେ ବୁଗୁଡା ଆସୁଥିବା ବେଳେ ରାସ୍ତାରେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲେ ଏବଂ ତାଙ୍କୁ ଖଣ୍ଡିଆ ଖାବରା ଅବସ୍ଥାରେ ସେଠାରୁ ଉଦ୍ଧାର କରାଯାଇ ବୁଗୁଡା ମେଡିକାଲକୁ ଅଣାଯାଇଥିଲା । ଏଥି ସହ ଆଜି ଦିନବେଳା ବିଭିନ୍ନ ସମୟରେ ମଧ୍ୟ ପୃଥକ୍ ପୃଥକ୍ ଭାବେ ୩ଟି ସ୍ଥାନରେ ବାଇକ ଦୁର୍ଘଟଣା ଘଟି ୬ ଜଣ ଆହତ ହୋଇ ବୁଗୁଡା ମେଡିକାଲରେ ଚିକିସôିତ ହୋଇଥିବା ଜଣାଯାଇଛି ।