ମୃତ ଚାଷୀ ପରିବାରକୁ ଭେଟିଲେ ପ୍ରମୋଦ

 କେନ୍ଦ୍ରାପଡା: ଲଘୁଚାପଜନିତ ଅଦିନିଆ ବର୍ଷା ଯୋଗୁଁ ସମଗ୍ର କେନ୍ଦ୍ରାପଡ଼ା ଜିଲ୍ଲାରେ ବ୍ୟାପକ ଫସଲହାନୀ ଘଟିଛି । ଯାହା ଚାଷୀକୂଳକୁ ହତାଶ କରିଛି । ଡେରାବିଶ ବ୍ଲକ୍ର ସଂଥପୁରା ଚାଷୀ ଭାବଗ୍ରାହୀ ମଲ୍ଲିକ ଅଦିନିଆ ବର୍ଷା ଯୋଗୁଁ ନିଜ ଜମିରେ ଏକ ଏକର ଧାନଚାଷ କରିଥିବା ବେଳେ, ଅନ୍ୟ ଲୋକଙ୍କର ଜମିରେ ଛଅ ଏକର ଧାନଚାଷ କରିଥିଲେ । 
ଏଥିପାଇଁ ସେ ବହୁ ଲୋକଙ୍କ ଠାରୁ ବହୁତ ଟଙ୍କା ଧାର କରଜ କରିଥିଲେ । ଚଳିତବର୍ଷ ଧାନଫସଲ ବହୁତ ଭଲ ହୋଇଥିଲା । କିନ୍ତୁ ଏଥର ଅଦିନିଆ ବର୍ଷା ଦୁଇଦିନ ଧରି ଲଗାଣଭାବେ ହେବା ଫଳରେ ତାଙ୍କର ସାତ ଏକର  ଜମିର ସୁନାର ଫସଲ ଉଜୁଡି ଯାଇଥିବା ବେଳେ, ବିଲରେ ସେ ମ୍ରିୟମାଣ ହୋଇ ପଡ଼ିଥିଲେ । ଧାର କରଜ କିପରି ସୁଝିବେ ଏବଂ ଗରିବ ପରିବାର ବର୍ଷସାରା କିଭଳି ଚଳିବେ ଏହା ଚିନ୍ତା କରି ଘରେ ପହଞ୍ଚôବା ପରେ ତାଙ୍କର ହୃଦଘାତ ଜନିତ ମୃତୁ୍ୟ ହୋଇଥିଲା । କୃଷକ ବିକାଶ ସମବାୟ ସମିତି ସଭାପତି ପ୍ରମୋଦ ସାହୁ, ନିଦେ୍ର୍ଦଶକ ମହେଶ୍ୱର ଜେନା ଓ ଚାଷୀ ବସନ୍ତ ଦାସ ପ୍ରମୁଖ ମୃତ ଚାଷୀଙ୍କ ପରିବାରକୁ ଭେଟି ସାନ୍ତ୍ୱନା ଦେବା ସସହ କୃଷି ଓ ରାଜସ୍ୱ ବିଭାଗର ନିଷ୍କ୍ରିୟତାକୁ ସମାଲୋଚନା କରିଥିଲେ । ତୁରନ୍ତ ମୃତ ଭାବଗ୍ରାହୀଙ୍କ ପରିବାରକୁ କ୍ଷତିପୂରଣ ସହ ମୃତ ପରିବାରକୁ ୨୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବା ପାଇଁ ଚାଷୀନେତା ତଥା କୃଷକ ସମବାୟ ସମିତି ସଭାପତି ପ୍ରମୋଦ ସାହୁ ଦାବି କରିଛନ୍ତି ।  ମୃତ ଚାଷୀ ପରିବାରକୁ ଭେଟିଲେ ପ୍ରମୋଦ