ଏଣିକି ଛାତ ଉପରେ ଉଦ୍ୟାନ କୃଷି
ଭୁବନେଶ୍ୱର : ଆଜି କୃଷି ଭବନଠାରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଛାତ ଉପରେ ଉଦ୍ୟାନ ଓ ସହରାଞ୍ଚଳ ଉଦ୍ୟାନକୃଷି ରଥର ଶୁଭାରମ୍ଭ କରିଛନ୍ତି । ଏ ଅବସରରେ ଶ୍ରୀ ସିଂହଦେଓ ଏହି ରଥର ଉଦେ୍ଦଶ୍ୟ ବିଷୟରେ କହିଛନ୍ତି । ସ୍ଥାୟୀ ସହରାଞ୍ଚଳ ଜୀବନଯାପନ ଏବଂ ଖାଦ୍ୟ ସୁରକ୍ଷା ସହିତ ସମନ୍ୱୟ ରଖି ଘର ଛାତ ଉପରେ ଉଦ୍ୟାନ ଏବଂ ସହରାଞ୍ଚଳ ଉଦ୍ୟାନର ଗୁରୁତ୍ୱ, କୌଶଳ ଓ ଲାଭ ବିଷୟରେ ନାଗରିକଙ୍କୁ ସଚେତନ କରିବା ଏହାର ମୁଖ୍ୟ ଉଦେ୍ଦଶ୍ୟ । ଏଥିପାଇଁ କୃଷି ବିଭାଗ ପକ୍ଷରୁ କିଛି ମନୋନୀତ ସହରଗୁଡ଼ିକରେ ସୌନ୍ଦର୍ଯ୍ୟ, ପୁଷ୍ଟି ଓ ସୁସ୍ଥ ପରିବେଶ ପାଇଁ ଛାତ ଉପରେ ଉଦ୍ୟାନ ଏବଂ ସହରୀ ଉଦ୍ୟାନ କୃଷି ନିମନ୍ତେ ଅଭିନବ ପ୍ରଯୁକ୍ତିବିଦ୍ୟା ଉପରେ ଆଧାରିତ ଏକ ପ୍ରକଳ୍ପକୁ ପ୍ରୋତ୍ସାହନ ଯୋଗାଉଛି । ଭୁବନେଶ୍ୱର ସ୍ଥିତ କେନ୍ଦ୍ରୀୟ ଉଦ୍ୟାନ କୃଷି ପରୀକ୍ଷଣ କେନ୍ଦ୍ର (ଓଉଇଜ-ଓଓଐଜ) ଏହାକୁ କାର୍ଯ୍ୟକାରୀ କରିବ ବୋଲି କହିଛନ୍ତି । ଏହି ଅଭିନବ ପ୍ରୟାସ ମାଧ୍ୟମରେ କଟକ, ଭୁବନେଶ୍ୱର, ସମ୍ବଲପୁର, ବ୍ରହ୍ମପୁର ଓ ଜୟପୁରରେ ଆବାସିକ ଏବଂ ଅନୁଷ୍ଠାନିକ କୋଠାରେ ସହରବାସୀଙ୍କୁ ଶିକ୍ଷା ଏବଂ ତାଲିମ ଦେଇ ଛାତ ଉପରେ ଓ ଘରେ ଉଦ୍ୟାନ ମାଧ୍ୟମରେ ସବୁଜୀମାକୁ ବୃଦ୍ଧି କରାଯିବାକୁ ଯୋଜନା କରାଯାଇଛି । ଏହି ସଚେତନତା ରଥ ମାସେରୁ ଅଧିକ ସମୟ ଧରି ଭୁବନେଶ୍ୱର ଓ କଟକର ବିଭିନ୍ନ ସହରାଞ୍ଚଳର ଆବାସିକ, ଶିକ୍ଷାନୁଷ୍ଠାନ, ବାସିନ୍ଦା କଲ୍ୟାଣ ସଂଘ, ଅନ୍ୟାନ୍ୟ ସହର-ଭିତ୍ତିକ ସଂଗଠନ ଏବଂ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବ ।
ପ୍ରଥମ ପର୍ଯ୍ୟାୟରେ ଏହି ଅଭିଯାନ ରଥ ଭୁବନେଶ୍ୱର ଏବଂ କଟକର ପ୍ରମୁଖ ଅଞ୍ଚଳଗୁଡ଼ିକରେ କାର୍ଯ୍ୟ କରିବ ଏବଂ ପରେ ଓଡ଼ିଶାର ଅନ୍ୟାନ୍ୟ ସହରଗୁଡ଼ିକରେ ମଧ୍ୟ ସଚେତନତା ସୃଷ୍ଟି କରିବ ।