ବାପା, ମା’ଙ୍କୁ ମାରି ପୋତିଦେଲା ପୁଅ!

ସୋର: ସିମୁଳିଆ ଥାନା ଗରସଙ୍ଗ ଗ୍ରାମରେ ନାରକୀୟ କାଣ୍ଡ । ବାପା, ମା’ଙ୍କୁ ମାରି ପୁଅ ପୋତିଦେଇଥିବା ଅଭିଯୋଗ ହୋଇଛି । ଘର ବାରି ପଛପଟୁ ଦୁର୍ଗନ୍ଧ ହେବାରୁ ସନେ୍ଦହ ବଢ଼ିଥିଲା । ଦୁଇ ଭଉଣୀ ଭାଇକୁ ସନେ୍ଦହ କରିବାରୁ ମାଟି ଖୋଳା ଆରମ୍ଭ ହୋଇଛି । ତେବେ ଶେଷ ଖବର ସୁଦ୍ଧା ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୁଲିସ ଶବ ବାହାର କରୁଥିବା ଜଣାଯାଇଛି । ବର୍ତ୍ତମାନ ସୁଦ୍ଧା ଜଣଙ୍କର ମୃତଦେହ ବାହାରିଥିବା ଜଣାଯାଇଛି । ଆଉ ଗୋଟିଏ ମୃତଦେହ ପାଇବା ପାଇଁ ମାଟି ଖୋଳା ଜାରି ରହିଛି । ତେବେ ଅଭିଯୁକ୍ତ ପୁଅ ଫେରାର ଥିବାବେଳେ ପୁଲିସ ତାଙ୍କୁ ଧରିବା ପାଇଁ ତନାଘନା ଆରମ୍ଭ କରିଛି ।