ଏନଏସି ଅଧ୍ୟକ୍ଷାଙ୍କ ବିରୋଧରେ କାଉନ୍ସିଲର୍ଙ୍କ ମେଳି
ଛତ୍ରପୁର : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଏନଏସି ଅଧ୍ୟକ୍ଷା ଏସ୍ ଲକ୍ଷ୍ମୀ ସେଠୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ମେଳି ବାନ୍ଧିଛନ୍ତି ବିଜେଡି କାଉନ୍ସିଲର । ସୋମବାର ଏନ୍ଏସି ଉପାଧ୍ୟକ୍ଷ ବିକ୍ରାନ୍ତ ସାହୁଙ୍କ ସହ ୧୪ ବିଜେଡି କାଉନ୍ସିଲର ଛତ୍ରପୁର ଆସି ଗଞ୍ଜାମ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କୁ ଭେଟି ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି । କବିସୂର୍ଯ୍ୟନଗର ଏନ୍ଏସିର ୧୮ୱାର୍ଡ ମଧ୍ୟରୁ ୧୭ଟିରେ ବିଜେଡି କାଉସିଲର ରହିଥିବା ବେଳେ ଅଧ୍ୟକ୍ଷା ମଧ୍ୟ ବିଜେଡିର । ତେବେ ଅଧ୍ୟକ୍ଷା ଏକ ବର୍ଷ ଧରି ଏନ୍ଏସିରେ କୌଣସି ଉନ୍ନତି କାର୍ଯ୍ୟ କରାଇବାକୁ ଦେଉନଥିବା ଅଭିଯୋଗ ଆଣି କାଉନ୍ସିଲରମାନେ ଅଧ୍ୟକ୍ଷା ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ଏପରିକି ଅଧ୍ୟକ୍ଷାଙ୍କ ନାଁରେ ସରକାରୀ ଅର୍ଥ ହରିଲୁଟ ଭଳି ଅଭିଯୋଗ ଆଣିଛନ୍ତି ।