ଏନ୍ଏସି ପ୍ରତିନିଧି ହେଲେ ରୁଈନା  

ଛତ୍ରପୁର : ବ୍ରହ୍ମପୁର ସାଂସଦ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଛତ୍ରପୁର ଏନଏସି ପ୍ରତିନିଧି ହେଲେ ଦିପ୍ତୀଶ ପଟ୍ଟନାୟକ ( ରୁଈନା ), ସାଂସଦ ପ୍ରତିନିଧି ଭାବେ ଦାୟିତ୍ୱ ମିଳିବା ପରେ ଶ୍ରୀ ପଟ୍ଟନାୟକ ଛତ୍ରପୁର ଏନଏସିର ପ୍ରତ୍ୟେକ ସମସ୍ୟାର ସମାଧାନ କିପରି କରାଯିବ ସେଥିପାଇଁ ସେ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି କହିଛନ୍ତି  । ଶ୍ରୀ ପଟ୍ଟନାୟକ ଦୀର୍ଘବର୍ଷ ହେବ ଭାରତୀୟ ଜନତା ପାର୍ଟିରେ ରହି ଜନସାଧାରଣଙ୍କ ହିତରେ ନିଃସ୍ୱାର୍ଥପର ଭାବେ କାର୍ଯ୍ୟ କରି ଆସୁଛନ୍ତି, ତାସହ ଦଳରେ ରହି ପ୍ରମୁଖ ଭୂମିକା ମଧ୍ୟ ନିଭେଇ ଆସୁଛନ୍ତି  । ତେଣୁ ଦଳ ତାଙ୍କୁ ସାଂସଦ ପ୍ରତିନିଧି ଭାବେ ମନୋନୀତ କରାଯାଇଥିବାରୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି  ।