ଦୋକାନରୁ ଚୋରି ନେଇ ଥାନାରେ ମାମଲା

ସୋର: ସୋର ବ୍ଲକ ନଦୀଗାଁ ପଞ୍ଚାୟତ ରଘୁନାଥପୁର ଗଞ୍ଜ ଗ୍ରାମ ଛକରୁ ଗତକାଲି ବିଳମ୍ବିତ ରାତିରେ ଏକ ତେଜରାତି ଦୋକାନରୁ ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ପ୍ରକାଶ ଯେ, ରଘୁନାଥପୁର ଗଞ୍ଜ ଗ୍ରାମର ଜୟନ୍ତୀ ବେହେରା ଛକରେ ଏକ ତେଜରାତି ଦୋକାନ କରିଥିବା ବେଳେ ଗତକାଲି ରାତିରେ ଦୋକାନ ବନ୍ଦ କରି ଯାଇଥିଲେ । ଆଜି ସକାଳେ ଜୟନ୍ତୀ ଦୋକାନ ଖୋଲିବାକୁ ଆସି ଦୋକାନର ଆଜବେଷ୍ଟସ୍ ଭାଙ୍ଗି ଦୋକାନ ମଧ୍ୟରେ ଚୋରମାନେ ପଶି ଲକ୍ଷାଧିକ ଟଙ୍କାର ସାମଗ୍ରୀ ସହିତ ନଗଦ ୬ ହଜାର ଟଙ୍କା ଚୋରି କରି ନେଇଥିବା ଜାଣିବାକୁ ପାଇଥିଲେ । ଏ ବାବଦରେ ଜୟନ୍ତୀ ମଧ୍ୟାହ୍ନରେ ସୋର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚô ଘଟଣାର ତଦନ୍ତ ଆରମ୍ଭ କରିଛି ।