କଣ୍ଡକ୍ଟରଙ୍କୁ ନିସ୍ତୁକ ମାଡ,୨ ଗିରଫ 

 ବୁଗୁଡା : ବୁଗୁଡ଼ାରୁ ଭାୟା ଅନ୍ତରପଡା ଦେଇ ଅରଖପୁର ଗାଁକୁ ଯାଉଥିବା ସରକାରୀ ଲକ୍ଷ୍ମୀ ବସ୍ର କଣ୍ଡକ୍ଟରଙ୍କୁ ନିସ୍ତୁକ ମାଡ ମାରିବା ଅଭିଯୋଗରେ ଗିରଫ ୨ ଜଣ କୋର୍ଟ ଚାଲାଣ ହୋଇଥିବା ଜଣାଯାଇଛି । ଗିରଫ ୨ ଜଣ ହେଲେ ମହୁଲପଲ୍ଲୀ ଗ୍ରାମର ଯୋଗି ନାଇକଙ୍କ ଦୁଇ ପୁଅ ଗଣେଶ ନାଇକ ଓ ସିକେନ୍ଦ୍ର ନାଇକ ଏବଂ ସେମାନଙ୍କ ମାଡରେ ଆହତ କଣ୍ଡକ୍ଟର ଜଣକ ଡାକରାବାଡି ଗ୍ରାମର ପବିତ୍ର ଗୌଡ । ଏନେଇ ବୁଗୁଡା ଥାନାରେଏକ ମାମଲା ରୁଜୁ ହୋଇଥିବା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତାଙ୍କଠାରୁ ପ୍ରକାଶ ପାଇଛି । ଘଟଣାରୁ ପ୍ରକାଶ ଯେ, ଗତ ୧୮ ତାରିଖ ଅପରାହ୍ନରେ ଅନେକ ଯାତ୍ରୀଙ୍କୁ ଧରି ଲକ୍ଷ୍ମୀ ବସ୍ ଅରଖପୁର ଗାଁରୁ ଫେରୁଥିବା ବେଳେ ଗଣେଶ ଓ ସିକେନ୍ଦ୍ର ଗାଡିକୁ ଚଢିଥିଲେ  । କଣ୍ଡକ୍ଟର ସେମାନଙ୍କୁ କୁଆଡେ ଯିବ ବୋଲି ପଚାରିବା କ୍ଷଣି ମଦ ନିଶାରେ ମାତାଲ ଥିବା ସିକେନ୍ଦ୍ର ହଠାତ୍ ଉତକ୍ଷିପ୍ତ ହୋଇ କଣ୍ଡକ୍ଟରଙ୍କ ବେକକୁ ଧରି ବାରମ୍ବାର ଚାପୁଡା ମାରିବାକୁ ଲାଗିଥିଲେ । ଏ ସମୟରେ ଗଣେଶ କଣ୍ଡକ୍ଟରଙ୍କଠୁ ଟିକେଟିଂ ମେସିନଟି ଛଡାଇ ନେଇ ଫୋପାଡି ଦେଲାା ତା'ପରେ ଜଣେ କଣ୍ଡକ୍ଟରଙ୍କୁ ତଳେ ପକାଇ ଛାତି ଉପରେ ବସି ଗାଳିଗୁଲଜ ସହ ମାଡ ମାରୁଥିବା ବେଳେ ଅନ୍ୟ ଜଣକ ଲାତ ମାରୁଥିଲା । ବିକଳରେ କଣ୍ଡକ୍ଟର ଜଣକ ସାହାଯ୍ୟ ପାଇଁ ଚିକôାର କରିବାରୁ ଗାଡିର ଯାତ୍ରୀମାନେ ତାଙ୍କୁ ସେହି ଦୁଇ ଭାଇଙ୍କ ଆକ୍ରମଣରୁ ଉଦ୍ଧାର କରିଥିଲେ । ସେଠାରୁ ଫେରି ଆହତ କଣ୍ଡକ୍ଟର ଜଣକ ବୁଗୁଡା ମେଡିକାଲରେ ଚିକିସôିତ ହୋଇଥିଲେ ।  ଅଭିଯୋଗ କ୍ରମେ ଅଭିଯୁକ୍ତ ଦୁଇ ଭାଇଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି ।