ଏମସିଏଲ୍କୁ ଗ୍ଲୋବାଲ ସଷ୍ଟେନେବୁଲ ମାଇନିଂ ପୁରସ୍କାର
ସମ୍ବଲପୁର : ବୈଶ୍ୱିକ ନିରନ୍ତର ଖଣିଜ ଶିଳ୍ପ ପାଇଁ ରାଷ୍ଟ୍ରାୟତ୍ତ କୋଇଲା କମ୍ପାନୀ ଏମସିଏଲ୍କୁ ଭୁବନେଶ୍ୱର ଠାରେ ଅନୁଷ୍ଠିତ ତୃତୀୟ ଓଡ଼ିଶା ଖଣି ଓ ଭିତ୍ତିଭୂମି ଆନ୍ତର୍ଜାତୀୟ ପ୍ରଦର୍ଶନୀରେ ପୁରସ୍କୃତ କରାଯାଇଛି । ରାଜ୍ୟପାଳ ହରିବାବୁ କମ୍ଭମ୍ପତିଙ୍କ ଠାରୁ ଏମ୍ସିଏଲ୍ର ଅଧ୍ୟକ୍ଷ ଓ ପରିଚାଳନା ନିଦେ୍ର୍ଦଶକ ଉଦୟ ଅନନ୍ତ କାଓଲେ ଏହି ପୁରସ୍କାର ଗ୍ରହଣ କରିଥିଲେ । ପରିବେଶ ଅନୁକୂଳ ଚେତନା ଓ ସାମାଜିକ ଦାୟିତ୍ୱର ସହିତ ଖଣି ଶିଳ୍ପ ପାଇଁ କମ୍ପାନୀର ସଂକଳ୍ପବଦ୍ଧତା ଜାରି ରହିବ ବୋଲି ଶ୍ରୀ କାଓଲେ କହିଥିଲେ । ପରିବେଶ ସୁରକ୍ଷା ଏବଂ ସାମାଜିକ ସମାଜ କଲ୍ୟାଣକୁ ଆଖି ଆଗରେ ରଖି କମ୍ପାନୀର ଆଭିମୁଖ୍ୟକୁ ଏହି ପୁରସ୍କାର ପ୍ରତିପାଦିତ କରିଛି ବୋଲି ଏମ୍ସିଏଲ୍ ସିଏମ୍ଡି କହିଛନ୍ତି । ଏହି ସଫଳତା ପାଇଁ ଟିମ୍ ଏମସିଏଲ୍କୁ ଅଭିନନ୍ଦନ ଜଣାଇବା ସହିତ ଖଣି କ୍ଷେତ୍ରରେ ବିଶ୍ୱସ୍ତରୀୟ ମାନକକୁ ସୁନିଶ୍ଚିିତ କରିବା ଦିଗରେ ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ । ବ୍ୟାପକ ବୃକ୍ଷରୋପଣ, ଜଳସଂରକ୍ଷଣ, ଅଙ୍ଗାରକାମ୍ଳକୁ ହ୍ରାସ କରିବା ପାଇଁ ଅତ୍ୟାଧୁନିକ ବୈଷୟିକ କୌଶଳ କାର୍ଯ୍ୟକାରୀ କରିବାରେ ଏମ୍ସିଏଲ୍ ବିଭିନ୍ନ ପଦକ୍ଷେପ ନେଉଥିବା କୁହାଯାଇଥିଲା ।