ବର୍ଦ୍ଧିତ ଭତ୍ତା ଯୋଜନାରେ ୮୬୬୨ ସାମିଲ୍

 ସମ୍ବଲପୁର: ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ଜନସେବା ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେଉଁଝର ଠାରୁ ଆଭାସୀ ମାଧ୍ୟମରେ ୮୦ ବର୍ଷରୁ ଉର୍ଦ୍ଧ୍ୱ ଏବଂ ୮୦ ପ୍ରତିଶତ ବା ତଦୁର୍ଦ୍ଦ୍ୱ ଭିନ୍ନକ୍ଷମ ହିତାଧିକାରୀଙ୍କ ବର୍ଦ୍ଧିତ ଭତ୍ତା ବିତରଣ ସେବାକୁ ଆରମ୍ଭ କରିଥିଲେ । ଏହି ପରିପ୍ରେକ୍ଷୀରେ ସମ୍ବଲପୁରର ତପସ୍ୱିନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ର  ବିନରାୟଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ନିମନ୍ତ୍ରିତ ଅତିଥିମାନଙ୍କ ମଧ୍ୟରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ଜିଲ୍ଲାପାଳ ସିଦେ୍ଧଶ୍ୱର ବଳିରାମ ବୋନ୍ଦର, ମହାନଗର ନିଗମର କମିଶନର ବେଦ ଭୂଷଣ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ  ଥବିର କୁମାର ମହାନନ୍ଦ ପ୍ରମୁଖ ମଂଚାସୀନ ଥିଲେ । ସମ୍ବଲପୁର ଜିଲ୍ଲାରେ ପ୍ରାୟ ୮୬୬୨ ଏହି ଯୋଜନା ରେ ସାମିଲ ହେଉଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ନାଏକ ଯୋଗ ଦେଇ  କହିଲେ ଯେ, ନୂତନ ସରକାରଙ୍କ ପ୍ରକୃତ ସଫଳତା ୭ ମାସ ମଧ୍ୟରେ ପରିଲକ୍ଷିତ ହେଉଛି । ଓଡିଶାର ଜନସାଧାରଣଙ୍କ ସେବାରେ ରାଜ୍ୟସରକାର ଦୃଢ଼ ପ୍ରତିଶ୍ରୁତିବଦ୍ଧ । ଭିନ୍ନକ୍ଷମ ହିତାଧିକାରୀ ମାନଙ୍କ ଜୀବନଶୈଳୀକୁ ଏକ ନୂତନ ଦିଗ ଦେବା ପାଇଁ ରାଜ୍ୟସରକାରଙ୍କର ଏହି ବର୍ଦ୍ଧିତ ଭତ୍ତା, ଏକ ପ୍ରମୁଖ ପ୍ରୟାସ ବୋଲି ନିଜ ବକ୍ତବ୍ୟରେ ଶ୍ରୀ ନାଏକ କହିଥିଲେ ।