ଏମ୍କେସିଜିରେ ପୁଣି ରାଗିଂ ଅଭିଯୋଗ

 ବ୍ରହ୍ମପୁର: ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ପୁଣି ରାଗିଂ ଅଭିଯୋଗ  । ଛାତ୍ରୀମାନେ ରାଗିଂର ଶିକାର ହେଉଥିବାର ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି  । ସିନିୟର ଛାତ୍ରଛାତ୍ରୀମାନେ ସେମାନଙ୍କ ହୋମ୍?ୱାର୍କ ଜୁନିୟରଙ୍କ ଦ୍ୱାରା କରୁଥିବାର ଅଭିଯୋଗ ହୋଇଛି  । ଯାହାକୁ ନେଇ କଲେଜ ଓ ହସ୍ପିଟାଲ କର୍ତ୍ତୃପକ୍ଷ ଏବେ ଚିନ୍ତାରେ ପଡିଛନ୍ତି  । ବାରମ୍ବାର ମେଡ଼ିକାଲ କଲେଜ ରେ ରାଗିଙ୍ଗ ଘଟଣା କର୍ତ୍ତୃପକ୍ଷଙ୍କ ନିଦ ହଜାଇ ଦେଇଛି । ବ୍ରହ୍ମପୁର ଏମ୍?କେସିଜି ମେଡିକାଲ କଲେଜରେ କିଛି ସିନିୟର ଛାତ୍ରୀ ନିଜର ଜୁନିୟରମାନଙ୍କୁ ରାଗିଂ କରିଥିବାର ଅଭିଯୋଗ ଆସିଛି  । ସିନିୟରମାନେ ସେମାନଙ୍କ ହୋମୱାର୍କ ଜୁନିୟରଙ୍କ ଦ୍ୱାରା କରାଉଛନ୍ତି  । ଏହି ଅଭିଯୋଗ ପରେ ପୁରା ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ଏମ୍କେସିଜି ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କୁ ଆଣ୍ଟିଂ ରାଗିଂ ସେଲ୍?କୁ ନିଦେ୍ର୍ଦଶ ଦିଆଯାଇଛି  । ଏପିରିକି ୪ଜଣ ସିନିୟର ଛାତ୍ରୀଙ୍କୁ  ଆଣ୍ଟି ରାଗିଂ କମିଟି ନିକଟରେ ହାଜର ହେବାକୁ ନୋଟିସ ମଧ୍ୟ କରାଯାଇଛି  ।  ସେହିପରି ଅଭିଯୋଗ ସଂପର୍କରେ ମତାମତ ସଂଗ୍ରହ ଲାଗି ମଙ୍ଗଳବାର ମଧ୍ୟ ଆଣ୍ଟି ରାଗି କମିଟିର ବୈଠକ ବସିବ  । ତେବେ କେବଳ ଛାତ୍ରୀ ନୁହନ୍ତି ବରଂ ବହୁ ଛାତ୍ର ମଧ୍ୟ ପୂର୍ବରୁ ରାଗିଂ ଅଭିଯୋଗ ଆଣିଥିଲେ  । କଲେଜ କର୍ତ୍ତୃପକ୍ଷରେ ରାଗିଂ ଘଟଣାକୁ ବନ୍ଦ କରିବାକୁ ସାଧାରଣରେ ଦାବି ମଧ୍ୟ ଉଠିଛି ।